ଦୁଇ ନେତା ମୁହାଁ ମୁହିଁ
ଲୋକ ସଭା ନିର୍ବାଚନ ପୂର୍ବରୁ ରଣକ୍ଷେତ୍ର ପାଲଟିଛି ପାଟନା ବିମାନ ବନ୍ଦର। ସେଠାରେ ଭାଜପାର ୨ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ। ସୂଚନାଯୋଗ୍ୟ, ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଏମ୍ପି ଆର୍କେ ସିହ୍ନା ଦିଲ୍ଲୀରୁ ଆସି ପାଟନା ବିମାନ ବନ୍ଦରରେ ପହଞ୍ଚିଥିଲେ। ଆାଉ ଏହି ନେତା ଦ୍ୱୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା ରଖିଥିବା ତାଙ୍କର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା। ତେବେ ଆସନ୍ତା ନିର୍ବାଚନରେ ଲଢିବା ଲାଗି ରବିଶଙ୍କର ପ୍ରସାଦଙ୍କୁ ପାଟନା ସାହିବ ଆସନ ଦିଆଯାଇଥିବାରୁ ଏହାକୁ ନେଇ ଆର୍କେ ସିହ୍ନାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଥିଲେ। ଆଉ ୨ ନେତା ଯେତେବେଳେ ଏକାଠି ପହଞ୍ଚିଗଲେ ସେତେବେଳେ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଖଣ୍ଡଯୁଦ୍ଧ


