ଦୁଇ ଫେରାର ଅଭିଯୁକ୍ତ ଗିରଫ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଏଲକଣା ଗ୍ରାମର ସର୍ବେଶ୍ୱର ସାବତ (୩୮ ବର୍ଷ) ଏବଂ ନନ୍ଦିପଦା ନେଉଳିଆ ସାହିର ଵାପିନ ଜେନା (୩୭ ବର୍ଷ) ପ୍ରମୁଖ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l ଏମାନଙ୍କ ନାମରେ ପାରିବାରିକ ମାମଲା କୋର୍ଟରେ ବିଚାରଧୀନ ରହିଛି l ସ୍ଥାନୀୟ ହାଟଡିହି ଜେଏମଏଫସି କୋର୍ଟରୁ ୱାରେଣ୍ଟ ଜାରି ହେବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି l


