ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ବାପ-ଝିଅଙ୍କ ମୃତ୍ୟୁ ଚାଳକ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ଅପରାହ୍ନରେ ଦୁଇ ବାଇକର ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ବାପ- ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ ର ଚାଳକ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି l ପ୍ରକାଶଯେ, ପାରିଗଡ଼ରୁ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମକୁ ଏକ ବାଇକ ରେ ବାପା ବିପ୍ରବର ସାହୁ, , ଝିଅ ବାସନ୍ତୀ ସାହୁ ଯାଉଥିଲେ ଅପର ପକ୍ଷରୁ ଆଉ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଏପରି ଦୁର୍ଘଟଣା ହୋଇଥିଲା l ଦୁଇଟି ଯାକ ବାଇକ ଦ୍ରୁତଗତିରେ ଚଳାଉଥିବା ଯୋଗୁଁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ବାଲିଗୁଡା ଥାନା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରି ତଦନ୍ତ ଅବ୍ୟାହତ ରଖିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ