ଦେଶରେ ଆଜି ସବୁଠାରୁ ଅଧିକ ସଂ‌କ୍ରମଣ,ଦିନକରେ ୨୬,୨୯୧ ନୂଆ ପଜିଟିଭ, ୧୧୮ ମୃତ

ନୂଆଦିଲ୍ଲୀ (ଓ୍ୱାଇଏନ୍‌ଏସ୍‌): ଗତ ୨୪ ଘଣ୍ଟାରେ ଦେଶରେ ନୂତନ ୨୬,୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ ତିନି ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୮୫,୩୩୯ରେ ପହଞ୍ଚିଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧.୭% ଅଧିକ ଥିବା ଜଣାପଡ଼ିଛି। ସେହିପରି ମୃତ୍ୟୁହାର ମ‌ଧ୍ୟ ୧୧୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୭୨୫ରେ ପହଞ୍ଚିଛି। କ୍ରମାଗତ ୬ ଦିନ ଧରି ୧.୪%ରେ ରହିବା ପରେ ମୃତ୍ୟୁହାର ୧.୩୯%କୁ ହ୍ରାସ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ