ଜୀବନଶୈଳୀ ଚାପ ଓ ଯୁବସମାଜ ଶୀର୍ଷକ ୱେବିନାର କାର୍ଯ୍ୟକ୍ରମ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଯୁବ ବ୍ୟକ୍ତିତ୍ଵ ଓ ନେତୃତ୍ଵ ବିକାଶ ନିମନ୍ତେ ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ଯୁବସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ୍ ଦର୍ଶନ ୟୁଥ୍ କ୍ଲବ୍ ପକ୍ଷରୁ ବ୍ୟକ୍ତିତ୍ଵଙ୍କୁ ଭେଟନ୍ତୁ କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯାଉଛି।ସୁବ୍ୟକ୍ତିତ୍ୱ ଯୁବଗୋଷ୍ଠୀ ସମାଜ ପରିବର୍ତ୍ତନର ମୂଳ ସୂତ୍ରଧାର ହୁଅନ୍ତି ତେଣୁ ସମାଜର ପରିବର୍ତ୍ତନ ନିମନ୍ତେ ସୁବ୍ୟକ୍ତିତ୍ଵ ଯୁବଶକ୍ତିର ଆବଶ୍ୟକତା ରହିଛି।ବ୍ୟକ୍ତିତ୍ଵ ବିକାଶ ନିମନ୍ତେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କୁ ଭେଟିବା ତାଙ୍କ ସହ ଭାବ ବିନିମୟ କରି ନିଜ ବ୍ୟକ୍ତିତ୍ୱର ବିକାଶ କରିବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ରୁ ଯୁବକଯୁବତୀ ଙ୍କୁ ନେଇ ନିୟମିତ ୱେବିନାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ନିୟମିତ ଧାରା ର ଚତୁର୍ଥ କାର୍ଯ୍ୟକ୍ରମରେ କଟକ ସହରର ପ୍ରତିଷ୍ଠିତ ମନସ୍ତତ୍ତ୍ବବିତ୍,ଭୁବନେଶ୍ୱର ସ୍ଥିତ ମାନସିକ ଅନଗ୍ରସର ଶିକ୍ଷାକେନ୍ଦ୍ର ଦି ଲର୍ନିଙ୍ଗ କ୍ଲିନିକର ନିର୍ଦ୍ଦେଶକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସମ୍ବିତ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇ “ଯୁବସମାଜ ଓ ଜୀବନଶୈଳୀର ଚାପ” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଶ୍ରୀ ନନ୍ଦ ନିଜ ନିଜର ଲକ୍ଷ୍ୟ ସ୍ଥଳୀ ରେ ପହଞ୍ଚିବା ନିମନ୍ତେ ଆସୁଥିବା ମାନସିକ ଚାପ କୁ କିପରି ଦୂରେଇ ରଖିପାରିବ ତାହା ଉପରେ ବକ୍ତବ୍ୟ ରଖିବା ସହ ଅସୀମ ଧର୍ଯ୍ୟ, ସ୍ଥିର ମନ, ଉତ୍ତମ ଚରିତ୍ର ସାଙ୍ଗକୁ କର୍ମପ୍ରତି ନିଷ୍ଠାବାନ ହେଲେ ଲକ୍ଷ୍ୟସ୍ଥଳ ରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ତଥା ଯୁବ ସଂଗଠକ ଡି ଦେବହରି ରେଡି ସଂଯୋଜନା ଏବଂ ପ୍ରେସ କ୍ଲବ୍ ଉପଦେଷ୍ଟା ତଥା ଦିଗ୍ ଦର୍ଶନ ୟୁଥ୍ କ୍ଲବ୍ ସଭାପତି ଶ୍ରୀ ଉମାକାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ ସାଙ୍ଗକୁ ସମସ୍ତ ଅନ୍ଧକାର କୁ ଶିକ୍ଷା ହିଁ ଦୂରେଇ ରଖିପାରିବ ତେଣୁ ସବୁବେଳେ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିନ୍ମୟ ପଣ୍ଡା,ଦୀପକ ସାହୁ,ଆର୍ ଶିବଶଙ୍କର ରେଡି,ଶିମାଞ୍ଚଳ ମହାପାତ୍ର,ଡି ମଞ୍ଜୁ ରେଡି,ବସନ୍ତ ବେହେରା,ନିରାକାର ମହାରଣା,ଧର୍ମା ରେଡି,ଚିରଞ୍ଜିବୀ ବେହେରା,ରବୀନ୍ଦ୍ର ସେଠୀ,ଅନିଲ ସାବତ,ଆର୍ ମାଗୁଣି ରେଡି, ଭେଙ୍କଟ ରେଡି,ଟୁନା ବେହେରା,ବିଜୟଲକ୍ଷ୍ମୀ ମହାଙ୍କୁଡ,ଶଙ୍କର,ୟୁ ଅନିତା ରେଡି, ସବିତା ସେଠୀ,ଏମ୍ ଲଛମନ ରେଡି,କୈଳାସ ସେଠୀ,ନୀଳାଚଳ ସେଠୀ,ସୁଦର୍ଶନ ପାଢୀ,ସମୀର ରଞ୍ଜନ ବେହେରା, ୱାଈ ମନୋଜ ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


