ଦେଶ ସ୍ୱାଧୀନ ପରେ ମଧ୍ୟ ଗାଁର ମୌଳିକ ସମସ୍ୟା ସୁଧୁରନି

ମୋହନା, (ଅଂଶୁମାନ ପଣ୍ଡା) :-ଦେଶ ସ୍ୱାଧୀନ ଦୀର୍ଘ ବର୍ଷ ବିତିଗଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ନିଜର ମୌଳିକ ଅଧିକାରୀ ପାଇବାରୁ ବଚିଂତ ରହିଛନ୍ତି ଦୁର୍ଗମ ଅଚଂଳର ଆଦିବାସୀ ଲୋକେ । ବହୁ ପ୍ରତିଶ୍ରୁତି ଦେଇ ଦେଇ ନେତା ମନ୍ତ୍ରୀମାନେ ଚାଲି ଯାଆନ୍ତି । ହେଲେ ନିର୍ବାଚନ ସମୟରେ ଭୋଟରକୁ ଭୁଆଁ ବୁଲେଇ ଗାଁର ସମସ୍ୟା ସମାଧାନ କରିଦେବୁ କହି ଚାଲିଯାନ୍ତି । ନିର୍ବାଚନ ସରିଲେ ଭୁଲିଯାଆନ୍ତି ପ୍ରତିଶ୍ରୁତି ଦୁର୍ଗମ ଆଦିବାସୀ ଅଧୁସିତ ପାହାଡିଆ ଆଦିବାସୀଙ୍କୁ କିଏ ବା ବୁଝୁଛି ତାଙ୍କ ଦୁଃଖ । ପ୍ରଚାର ପ୍ରସାରରେ ସରକାର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରୁଛନ୍ତି ଗାଁ ଗାଁ କୁ ପକ୍କା ରାସ୍ତା ଦିଆଯାଇଛି, ପକ୍କା ଘର, ବିଶୁଧ ପାନୀୟ ଜଳ ଏସବୁ ଯୋଜନାରେ ଲୋକଙ୍କ ପାଖରେ ପହଚିଂବା କାଠି କର ପାଠ ଏଭଳିକି ଜିଲ୍ଲା ପ୍ରଶାସନ ଠୁ ନେଇ ବ୍ଳକ ପ୍ରଶାସନ ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ବହୁବାର ଦେଇଥିଲେ ମଧ୍ୟ ତାହା କୌଣଶି କାମରେ ଲାଗୁନି । ମୋହନା ବ୍ଳକର ଗୋବିନ୍ଦପୁର ପଚାଂୟତ ଠାରୁ ମାତ୍ର ୪ କି.ମି ଦୂରରେ ଘାଟି ପାହାଡିଆ ଜଙ୍ଗଲ ପାଦଚଲା ରାସ୍ତାରେ ଯିବାକୁ ପଡୁଛି ଚାଂଚଡାଗୁଡା ଗ୍ରାମ । ନା ଗ୍ରାମକୁ ଯିବା ପାଇଁ ରାସ୍ତା ଅଛି ନା ଗ୍ରାମରେ କାହାରି ପକ୍କା ଘର ଅଛି । ପିଇବା ପାଇଁ ପାଣି ଟୋପେ ମଧ୍ୟ ମିଳୁନି । ଗ୍ରାମରେ ବସବାସ କରନ୍ତି ୧୮ ଘର ଜନସଂଖ୍ୟା ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମରେ କାହାରି ମଧ୍ୟ ପକ୍କା ଘର ନାହିଁ କାରଣ ଗ୍ରାମକୁ ଗାଡି ଯିବା ଦୂରର କଥ।। ଯାହାରି ଫଳରେ ନା ବାଲି ଗୋଡି, ସିମେଂଟ ନେବା ପାଇଁ ରାସ୍ତା ନଥିବାରୁ ଲୋକେ ପକ୍କା ଘର ମଧ୍ୟ କରି ପାରୁ ନାହାନ୍ତି ଯାହା ଦ୍ୱାରା ଟିଣ ଘରେ କଟୁଛି ଜୀବନ । କୌଣସି ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ହେଲେ ଦୋଳା କରି ବୋହି ବୋହି ୪ କି.ମି ଆସିବା ପରେ ମିଳିଥାଏ ଯାନ ବାହାନର ସୁବିଧା । ସେପରି ପିଲାଙ୍କ ପାଠ ପଢିବାକୁ ହେଲେ ୪ କି.ମି ଆସି ଗୋବିନ୍ଦପୁର ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଏହି ୪ କି.ମି ଜଙ୍ଗଲ ପାହାଡିଆ ରାସ୍ତାରେ ରାସ୍ତା ଖଣ୍ଡେ ନଥିବାରୁ ହିଂସ୍ର ଜନ୍ତୁଙ୍କ ଭୟରେ ବାପା ମା ପିଲାଙ୍କୁ ଛାଡୁ ନାହାନ୍ତି ବିଦ୍ୟାଳୟକୁ ଯାହାରି ଫଳରେ ଗ୍ରାମର ଅଧିକାଂଶ ପିଲା ପାଠ ଛାଡି ସାରିଲେଣୀ ଗ୍ରାମରେ ଏକ ମାତ୍ର ଚୁଆଁ ଯାହାକି ଆବର୍ଜନା ପାଣି ଯେଉଁଠି ଗାଇ ଗୋରୁ ଛେଳି ମଣ୍ଢୋ ପାଣି ପିଅନ୍ତି ସେଠାରୁ ହିଁ ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଉକ୍ତ ପାଣି କୁ ପିଇ ଜର ନାର ସହ ଝାଡାବାନ୍ତିର ମଧ୍ୟ ସ୍ୱୀକାର ହେଉଛନ୍ତି ଗ୍ରାମବାସୀ । ଏହି ବିଷୟରେ ଅଭିଯୋଗ ଲିଖିତ ଭାବେ ଗ୍ରାମବାସୀ ୧୮.୧୨.୨୦୨୦ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀ, ୧୬.୧୨.୨୦୨୦ ମୋହନା ବ୍ଳକ ଅଧିକାରୀ, ୧୮.୧୨.୨୦୨୦ରେ ଜିଲ୍ଲାପାଳ ଗଜପତି, ୧୨.୧୨.୨୦୨୦ରେ ଅତିରିକ୍ତ ଶାସନ ସଚିବ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ୱରଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ଆସିଥିଲେ । କିନ୍ତୁ ଆଜକୁ ଗୋଟିଏ ବର୍ଷ ପୁର୍ତି ହେଲାଣି ଅଭିଯୋଗ ଦେବାର କିନ୍ତୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ୍ଟ ପ୍ରକାଶ କରି ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିବା କହିଛନ୍ତି । ତୁରନ୍ତ ଏହି ଗ୍ରମାରେ ସମସ୍ୟା କୁ ସମାଧାନ କରା୍‌ଯିବା ଆବଶ୍ୟକ ବୋଲି ଅଚଂଳବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ