ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଳକର ୯ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଚନ୍ଦ୍ରକାନ୍ତ ମଳିକ ମଙ୍ଗଳବାର ଦିନ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ମୋହନା ବିଜେଡି କାର୍ଯ୍ୟାଳୟ ଠାରୁ ବାହାରି ନିଜ ପ୍ରତିନିଧିମାନଙ୍କ ସହ ତହସିଲ ଛକ, ବଜାର, ହାଇସ୍କୁଲ ଛକ, ନାରାୟଣ ନଗର, ରଙ୍ଗମାଟିଆ ଆଦି ବିଭିନ୍ନ ସ୍ଥାନରେ ଚାଲି ଚାଲି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ଏହି ପ୍ରଚାର ପ୍ରସାରରେ ବ୍ଳକ ସଭାପତି ରଞ୍ଜୀବ ଶବର, ଫିରୋଜ ପଟ୍ଟାନାୟକ, ପ୍ରକାଶ ନାୟକ, ଦଣ୍ଡାସି ସାହୁ, ବିଳାସ ନାୟକ, ପ୍ରଫୁଲ ଲିମା, ପ୍ରଶାନ୍ତ ନାୟକ, ଦେବା ନାୟକ ଓ ବହୁ ବିଜେଡିର କର୍ମୀମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ