ରଘୁନାଥ ପ୍ରଗତି ସଂଘ ର ନୂତନ ଗୃହ ଉଦଘାଟିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ର ଭୋଦର ଗ୍ରାମରେ ଥିବା ରଘୁନାଥ ପ୍ରଗତି ସଂଘ ର ନୂତନ ଗୃହକୁ ଆଜି ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି ।ମନ୍ତ୍ରୀ ଙ୍କୁ ଚାରିଛକ ବିଜେଡ଼ି କାର୍ଯ୍ୟାଳୟ ଠାରୁ ଶହଶହ କର୍ମୀ ହାତରେ ଫ୍ଲାଗ କାର୍ଡ ଧରି ଏକ ପଟୁଆରରେ ଆସି ଚାରିଛକ ବଜାର ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଭୋଦର ଗ୍ରାମ କୁ ମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ଶ୍ରୀ ଦାଶ ଦୁର୍ଗାମଣ୍ଡପ ଯାଇ ମା ଙ୍କୁ ଦର୍ଶନ କରିବା ସହିତ କ୍ଲବର ନବ ନିର୍ମିତ ଘରକୁ ଉଦଘାଟନ କରିଥିଲେ ।ଦୂର୍ଗା ମଣ୍ଡପ ଠାରେ ଗ୍ରାମବାସୀ ମାନେ ମନ୍ତ୍ରୀ ଙ୍କୁ ଫୁଲତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।ଐତିହାସିକ ସନ୍ତୋଷ ମିତ୍ର ,ଚନ୍ଦ୍ରକାନ୍ତ ଦଳାଇ ସମେତ ଗ୍ରାମବାସୀ ଭୋଦର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କଲେଜ ଖୋଲିବାକୁ ଦାବି କରିଥିଲେ ।ଏହି ସମାବେଶ ରେ ଭୋଦର ସରପଂଚ ଚାରୁ ଲତା ବେହେରା, ସମିତି ସଭ୍ୟ ସୁନୀତା ସିଂହ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ଭୋଦର ପଞ୍ଚାୟତ ବିଜେଡ଼ି ସଭାପତି ରମା ରମଣ ଦେବ ପାତ୍ର ,ସବ୍ୟସାଚୀ ରାୟ ଚୂଡ଼ାମଣି ,ସୁଧାକର କାଣ୍ଡି , ଶରତ ବେହେରା ଙ୍କ ସମେତ ବହୁ ମହିଳା କର୍ମୀ ଯୋଗ ଦେଇଥିଲେ ।ଭୋଦର ଠାରେ କ୍ଲବ ଘର ପାଇଁ ଏକ ବୈଠକ ଗୃହ ନିର୍ମାଣ ଲାଗି ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଗ୍ରାମବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ