ଦ୍ୱିତୀୟ ଦିନରେ ଗାଙ୍ଗପୁରରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ କରୋନା ଟୀକା ପ୍ରଦାନ
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋୟୀ):ରାଜ୍ୟ ସରକାରଙ୍କ କରୋନା ମାର୍ଗଦର୍ଶିକା ଅନୁଯାୟୀ ଗତ କାଲି ସାରା ରାଜ୍ୟରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି ଓ ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୪୫ ବୟସରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଗୁରୁବାରଠାରୁ କରୋନା ଟୀକା ପ୍ରଦାନ କରାଯାଉଛି ଓ ଦ୍ୱିତୀୟ ଦିନରେ ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ ଠାରେ ଏହି ଟୀକାକରଣ କାର୍ୟ୍ୟକ୍ରମରେ ସ୍ଵାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କରଙ୍କ ନେତୃତ୍ୱରେ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ପାଣ୍ଡବ ସ୍ୱାଇଁ, ମହିଳା ସ୍ଵାସ୍ଥ୍ୟ କର୍ମୀ ବିନିତା ନାୟକ, ଝୁନୁ ରାଣୀ ବେହେରା, ମନ୍ଦାକିନୀ ସମୁଦ୍ରଙ୍କ ସମେତ ଆଶା କର୍ମୀ ସରିତା ପଲାରୁ ଏବଂ ଧ୍ରୁବସେନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ଓ ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧି ସମସ୍ତ କାର୍ୟ୍ୟ ପରିଚାଳନାରେ ସହଯୋଗ କରିଥିଲେ ଓଗତକାଲି ଦିନରେ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ୧୦୭ ଜଣ ନାଗରିକ ଟୀକା ଗ୍ରହଣ କରିଥିବା ବେଳେ ୧୫ ଜଣ ବରିଷ୍ଠ ନାଗରୀକ ଟୀକା ଗ୍ରହଣ କରିଥିଲେ ଓ ଆଜି ଟୀକା ଦାନ କେନ୍ଦ୍ରରେ ଟୀକା ନେବା ପାଇଁ ଲୋକଙ୍କ ମନରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଆଜି ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ୨୫୯ ଜଣ ବ୍ୟକ୍ତି ଟୀକା ନେଇଥିବା ବେଳେ ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯାଇଥିଲା ଓ ସେହିପରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଚାଲିଥିବା ଟୀକାକରଣ କାର୍ୟ୍ୟକ୍ରମରେ ଗତ କାଲି ୨୩୪ ଜଣ ଟୀକା ଗ୍ରହଣ କରିଥିବା ବେଳେ ଆଜି ଏହିସଂଖ୍ୟା ୨୭୧ ଥିବା ଡକ୍ଟର୍ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ଓ ସେହିପରି ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼କ୍ଟର୍ ସରୋଜ ପ୍ରଧାନଙ୍କ ଆଜି ୧୯୩ ଜଣ ବ୍ୟକ୍ତି ଟିକା ଗ୍ରହଣ କରିଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ବଙ୍କା, ନାଟେଙ୍ଗା, ତନରଡା, ମଙ୍ଗଳପୁର , ବେଲଗୁଣ୍ଠା ଠାରେ ମଧ୍ୟ ଟୀକାକରଣ କାର୍ୟ୍ୟକ୍ରମ ସଫଳତାର ସହ ଚାଲିଥିବା ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି


