ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁସୁମବନ୍ଦୀ ଗ୍ରାମରେ। ରାମଚନ୍ଦ୍ର ମାରାଣ୍ଡି ଙ୍କ ନାବାଳିକା ଝିଅ ଆରସୁ ମାରାଣ୍ଡି (୧୫) ଏକ ଶାଢ଼ୀ ସାହାଯ୍ୟରେ ନିଜ ଘର ଭିତରେ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ସେପଟେ ମୃତ୍ୟୁ ର କାରଣ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ