ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତାଙ୍କ ପ୍ରଚାର ଯୋରଦାର
ହାଟଡିହି, (ବିକାଶ ବିଶ୍ୱାଳ ) :-ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ଏଠାରେ ସରପଞ୍ଚ ପାଇଁ ସଶ୍ମିତା ମହାପାତ୍ର ଓ ମନ୍ଦାକିନୀ ରାଉତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ସମିତିସଭ୍ୟ ପାଇଁ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ସରୋଜିନୀ ସୁଆରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ବିଜେଡି ସମଥିତ ସମିତିସଭ୍ୟା ପ୍ରାର୍ଥୀ ସାବିତ୍ରୀ ସେଠୀ ଓ ବିଜେଡି ସମଥିତ ସରପଞ୍ଚ ପ୍ରାର୍ଥୀ ସଶ୍ମିତା ମହାପାତ୍ରଙ୍କ ପ୍ରଚାର ଯୋରଦାର ହେଉଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବାସହିତ ପଦଯାତ୍ରା ଓ ବାଇକ ରାଲିରେ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଭୋଟ ପ୍ରଚାର କରୁଥିବାବେଳେ ବିଧାୟକ ଭାଗିରଥି ସେଠୀ ସେମାନଙ୍କ ସହିତ ପ୍ରଚାରରେ ସାମିଲ ହୋଇ ଭୋଟ ଭିକ୍ଷା କରିଛନ୍ତି । ସାବିତ୍ରୀ ଓ ସଶ୍ମିତା ଏହି ନିର୍ବାଚନରେ ବିଜୟୀ ହେବେ ବୋଲି ଆଶାବାଦୀ ଅଛନ୍ତି । ତାଙ୍କ ସହିତ ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ନାୟବ ସରପଞ୍ଚ ବିଜୟ ମହାପାତ୍ର ଓ ପଞ୍ଚାୟତର ପ୍ରମୁଖ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।


