ପ୍ରଚାରକୁ ଓହ୍ଲାଇଲେ ବିଧାୟକ

ହାଟଡିହି, (ବିକାଶ ବିଶ୍ୱାଳ ) :-ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଏହି ପଞ୍ଚାୟତରେ ୩୧୪୭ଜଣ ପୁରୁଷ ଓ ୨୯୮୭ ମହିଳା ଭୋଟର ଥିବାବେଳେ ତିନିଜଣ ପ୍ରାର୍ଥୀ ସରପଞ୍ଚ ମଇଦାନରେ ଅବତିର୍ଣ୍ଣ ହୋଇଛନ୍ତି । ଜଣେ କଂଗ୍ରେସ ସମଥିତରୁ ଲଢ଼ୁଥିବାବେଳେ ଆଉ ଜଣେ ବିଜେଡି ସମଥିତ ପ୍ରାର୍ଥୀ ଓ ଅନ୍ୟଜଣେ ଅସନ୍ତୁଷ୍ଟ ବିଜେଡି ରୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣାଯାଇଛି । ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନାଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ଏହି ପଞ୍ଚାୟତଟି ବିଭିନ୍ନ ରାଜନୈତିକ ଦଳପାଇଁ ଗୁରୁତ୍ୱ ବହନ କରିଥାଏ । ତେଣୁ ସମସ୍ତ ରାଜନୈତିକ ଦଳଗୁଡିକ ଏଠାରେ ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିପଡିଛନ୍ତି । ଆଜି ବିଧାୟକ ଭାଗିରଥି ସେଠୀ ଜିଲ୍ଲାପରିଷଦ ପ୍ରାର୍ଥୀନୀ ସୁକାନ୍ତୀ ଜେନା, ସରପଞ୍ଚ ପ୍ରାର୍ଥୀ ମୀତାରାଣୀ ଦାସ, ସ୍ଥାନୀୟ ବିଜେଡି ନେତା କୁଶଧ୍ୱଜ ଦାସଙ୍କ ସହିତ ଏକ ଖୋଲାଗାଡିରେ ମରୈଗାଁ, ବେତିରା, ଶଙ୍ଖଣା, ତେନ୍ତୁଲିନଣ୍ଡା, ଚଣ୍ଡୀବିରଞ୍ଚିପୁର ପ୍ରଭୃତି ଗ୍ରାମ ପରିକ୍ରମା କରି ବିଜେଡି ପ୍ରାର୍ଥୀ ମାନଙ୍କୁ ଜିତାଇବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ