ଦୟାନନ୍ଦ ସେବାଶ୍ରମରେ ରାଜୁସାରଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ଦୟାନନ୍ଦ ସେବାଶ୍ରମ(କନ୍ୟାଶ୍ରମ) ପରିସରରେ ସ୍ୱର୍ଗତ ରାଜୁସାରଙ୍କ ବିୟୋଗରେ ଦେବପାଠ ସହିତ ହୋମ କରାଯାଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପୂର୍ବକ ଏକ ଶୋକସଭା କରାଯାଇଥିଲା । କନ୍ୟାଶ୍ରମର ମଦନ ମୋହନ ଆଚାର୍ଯ୍ୟଙ୍କ ଘୃତ ଆହୁତି ପରେ ଦେବକୀନନ୍ଦନ ମିଶ୍ର, ବାନାମ୍ବର ସାହୁ, ପୂର୍ଣ୍ଣର୍ଚନ୍ଦ୍ର ମିଶ୍ର, ସୁଦର୍ଶନ ମହାପାତ୍ର, ନାରାୟଣ ସ୍ୱାଇଁ, ଧ୍ରୁବ ଚରଣ ଜେନା, ବସନ୍ତ କୁମାର ଜେନା, ଉର୍ମିଳା ଆର୍ଯ୍ୟା, ବିଦ୍ୟାଧର ଜେନା ପ୍ରମୁଖ ସ୍ୱର୍ଗତ ରାଜୁସାରଙ୍କ ପାଇଁ ନୟନରୁ ଅଶ୍ରୁଳ ଲୋତକ ଢାଳି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।


