ଧଉଳି ସାହିତ୍ୟ ସଂସଦର ଶିଶିର ଆସର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗଠାରେ ଧଉଳି ସାହିତ୍ୟ ସଂସଦର ଶିଶିର ଆସରର ଆୟୋଜିତ ହୋଇଯାଇଛି । ସାହିତ୍ୟ ସଂସଦର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ଯୁବକବି ଅକ୍ଷୟ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିବିରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ଡ଼କ୍ଟର ସନ୍ତୋଷ ଦାସ, ଖ୍ୟାତନାମା ବ୍ୟଙ୍ଗ କବି ସତ୍ୟାନାଶ, ସାମାଜିକ କର୍ମୀ ବୃନ୍ଦାବନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଧଉଳି ସାହିତ୍ୟ ସଂସଦର ଅନ୍ୟତମ ସଦସ୍ୟା ସବିତା ରଥ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ କବି ନିରଞ୍ଜନ ନାୟକ, ବିପିନ ବେହେରା, ଆଶୁତୋଷ ଦାସ ମଞ୍ଚ ପରିଚାଳନା ସହିତ କବିତା ସଂଯୋଜନା କରିଥିଲେ । ଏହି ସାରସ୍ୱତ ମନୋଜ୍ଞ ଆସରରେ ଯୁବକବି ବାଦଲ ମହାନ୍ତିଙ୍କ କବିତା ପୁସ୍ତକ ଛାଇ ଯେବେ ଲମ୍ବିଯାଏ ଲୋକାର୍ପିତ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ କବି ସେମାନଙ୍କର କବିତା ପାଠ କରିଥିଲେ । ଆଧୁନିକ କବିତା, ଛାନ୍ଦ ଓ ଗୀତି କବିତା, ବ୍ୟଙ୍ଗ କବିତା ସହିତ ଡ଼କ୍ଟର ସନ୍ତୋଷ ଦାସଙ୍କ ଚାନ୍ଦ ନା ତୁମେ ତାରା… ଓ ଏଇ ଯେ ବନଲତା ପାହାଡ଼ ଗୀତରେ ଶ୍ରୋତାମାନେ ତଲ୍ଲୀନ ହୋଇଥିଲେ । ନିକଟରେ ଦୁର୍ଘଟଣାରେ ନିଜର ଦୁଇଗୋଡ଼ ହରାଇଥିବା ସାହିତ୍ୟ ସଂସଦର ଜଣେ ନିୟମିତ ସାଥୀ କବି ସର୍ବଗିଳା ମୋବାଇଲ ଜରିଆରେ ନିଜର କବିତା ଆବୃତ୍ତି କରି ଶୁଣାଇଥିଲେ । ଏହି ଆସର ପରିଚାଳନାରେ ସୁମନ୍ତ ସୁବୁଦ୍ଧିଙ୍କ ସମେତ ଧଉଳି ସାହିତ୍ୟ ସଂସଦର ଅନ୍ୟ ସମସ୍ତ ବନ୍ଧୁମାନେ ସହଯୋଗ କରିଥିଲେ । ପ୍ରେମରେ ନ ପଡ଼ିଲେ କେହି କେବେ କବିତା ଲେଖିପାରେନି । ସେ ଈଶ୍ୱର ପ୍ରେମ ହେଉ ବା ତାତ୍ସଲ୍ୟ ପ୍ରେମ । କବି ନିଜ ଅନ୍ତର ଭିତରେ ଦିବ୍ୟ ଆବେଗକୁ ଅନୁଭବ କରି ଶବ୍ଦରେ ରୂପ ଦେଇଥାନ୍ତି ବୋଲି ଅତିଥିମାନେ ସୁଚାଇଥିଲେ । ବ୍ୟଙ୍ଗ କବି ସତ୍ୟାନାଶ ନିଜ ବ୍ୟଙ୍ଗ ତଥା ବ୍ୟଞ୍ଜନା ମାଧ୍ୟମରେ ଶରୀର ଆମର ଏବଂ ଆତ୍ମା ନଶ୍ୱର ବୋଲି ପ୍ରତିପାଦିତ କରି ହସାଇ ହସାଇ ସମସ୍ତଙ୍କୁ ବେଦମ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ