ମହେନ୍ଦ୍ରା ମେଜିକ୍ ଓଲଟି : ୧୦ ଯାତ୍ରୀ ଆହତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ପଳସା ବଜାର ନିକଟରେ ଶନିବାର ସକାଳ ପ୍ରାୟ ୮ଟା ବେଳେ ବନ୍ତରୁ ଭଦ୍ରକ ଯାଉଥିବା ଓଆର-୦୨ବିପି-୬୫୪୨ ନମ୍ବର ବିଶିଷ୍ଟ ମହେନ୍ଦ୍ରା ମେଜିକ୍ ଭ୍ୟାନ୍ ରାସ୍ତା ପାଶ୍ୱର୍ ନୟନଜୋରୀକୁ ଓଲଟି ପଡିଥିଲା । ଗାଡିରେ କଲେଜ ପିଲାଙ୍କ ସମେତ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଥିଲା । ଗାଡିର ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକ ମାନେ ପହଞ୍ଚି ସମସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ ।


