ଶାଳଣିଆଁ ଠାରେ ବିଜୁ ଛାତ୍ର ଜନତାଦଳ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାଳଣିଆଁ କଲ୍ୟାଣମଣ୍ଡପ ଠାରେ ବିଜୁ ଛାତ୍ର ଜନତାଦଳର ବ୍ଲକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା କେନ୍ଦୁଝର ଛାତ୍ରବିଜେଡି ପର୍ଯ୍ୟବେକ୍ଷକ ଅଭିଷେକ ବେହେରା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ପଟ୍ଟନାୟକ, ହାଟଡିହି ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ନାୟକ, ହାଟଡିହି ବ୍ଲକ ଛାତ୍ର ବିଜେଡି ସଭାପତି ଗିରିଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଯୁବଜନତା ଦଳ ଉପସଭାପତି ଭୁବନ ଭବେଶ ସେଠୀ, ଜିଲ୍ଲା ଯୁବଜନତା ଦଳର ସାଧାରଣ ସମ୍ପାଦକ ମାନସ ପାତ୍ର, ତାରିଣୀ ସେନାପତି ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ତୃଣମୁଳ ସ୍ତରରେ ଛାତ୍ରସଂଗଠନକୁ କିପରି ସୁଦୃଢ଼ କରାଯାଇ ପାରିବ ସେନେଇ ସମସ୍ତେ ଯତ୍ନବାନ ସହ ତତ୍ପର ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ନିର୍ମଳ ସେଠୀ, ଶିଶିର ବେହେରା, ଯୁବ ସମାଜସେବୀ କାହ୍ନୁ ଚରଣ କବିଙ୍କ ସମେତ ଛାତ୍ର କମିଟିର ସମସ୍ତ ସଦସ୍ୟଙ୍କ ସହ ବହୁ ମାତ୍ରାରେ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ