ଧର୍ମପ୍ରାଣା ସୁବାସିନୀ ପାଣିଗ୍ରାହୀଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ସ୍ୱର୍ଗତ କୃତିବାସ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ସୁବାସିନୀ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସମାରୋହ ବୋଇତବାଙ୍କ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତା ପାଣିଗ୍ରାହୀଙ୍କ ସୁପୁତ୍ର ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ତଥା ଶିକ୍ଷାବିତ ଡ. ଭାଗବତ ପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅକ୍ଷୟ ନାରାୟଣ ଆଚାର୍ଯ୍ୟ ଓ ଚିତ୍ତରଂଜନ ଷଡ଼ଙ୍ଗୀ, ଡ. ଶ୍ୟାମସୁନ୍ଦର ପଣ୍ଡା, ପଣ୍ଡିତ ନିରଂଜନ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ଶିକ୍ଷାବିତ ସତ୍ୟଜିତ ମିଶ୍ର ପ୍ରମୁଖ ଯୋଗଦେଇ ଦିବଂଗତ ପାଣିଗ୍ରାହୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜୀବନ କାଳରେ ସେ ନିର୍ଭୀକତା ଅବଲମ୍ବନ ସହ ସମାଜସେବା କ୍ଷେତ୍ରରେ ସ୍ୱାମୀଙ୍କୁ ସର୍ବଦା ସହଯୋଗ କରିଆସୁଥିଲେ । ଅଞ୍ଚଳବାସୀଙ୍କ ପାଇଁ ସେ ସୁବାସିନୀ ମାଆ ଭାବେ ପରିଚିତ ଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ସ୍ୱର୍ଗତା ପାଣିଗ୍ରାହୀଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା ‘ସୁବାସମୟୀ ସୁବାସିନୀ ମାଆ’କୁ ଉପସ୍ଥିତ ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ପୂର୍ବକ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପଣ୍ଡିତ ଶିଶିର କୁମାର ପଣ୍ଡା, କବି ରମେଶ ଚନ୍ଦ୍ର ଜେନା, ଦାମୋଦର ଦାସ, ଗୋପାଳ ନାୟକ, ଦୁକୁଲୁ ଘଡ଼େଇ, ଯୋଗେଶ୍ୱର ପ୍ରଧାନ, ସୁନୀତା ଦାସ, ସତ୍ୟଭାମା ଶତପଥୀ, ମାନସ କୁମାର ଦତ୍ତ, ଗୌରାଙ୍ଗ ଦାସ, ରବି ମହାପାତ୍ର, ସୁଶାନ୍ତ ପଟ୍ଟନାୟକ, କୌଶିକ ଚାନ୍ଦ, ରାଜେନ୍ଦ୍ର ଚାଟାର୍ଜୀ, ଅକ୍ଷୟ ବେହେରା, ଅନୀଲ ମହାନ୍ତି, ଅରୂପ ଜେନାଙ୍କ ସମେତ ଗୀତାଞ୍ଜଳି ପାଣିଗ୍ରାହୀ, ରୋଜାଲିନ ପାଣିଗ୍ରାହୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ନୀଳାଦ୍ରୀ ବିହାରୀ କର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


