ଧର୍ମ ପରାୟଣ ମହିଳାଙ୍କ ପରଲୋକ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ବାସିନ୍ଦା ତଥା ଧର୍ମ ପରାୟଣ, ମିଷ୍ଟାଭାସି , ପରଉପକାରୀ ମହିଳା ଚନ୍ଦ୍ରମା ବେହେରାଙ୍କ ପରଲୋକ ଘଟିଛି। ବିଶିଷ୍ଟ ବିଜେପି ନେତା ମହେନ୍ଦ୍ର କୁମାର ବେହେରା(ରଞ୍ଜନ), ଗଞ୍ଜାମ ବ୍ଳକ ସିଆରସିସି ମହେଶ କୁମାର ବେହେରା ଙ୍କ ସେ ମାଆ ଅଟନ୍ତି। ତାଙ୍କର ମୃତ୍ୟୁ ଖବର ଶୁଣି ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଜମିଥିଲା। ପରେ ଗ୍ରାମ ସ୍ଥିତ ଋଷିକୂଲ୍ୟା ନଦୀ କୂଳେ ପାର୍ଥବ ଶରୀରକୁ ସତ୍କାର କରାଯାଇଥିଲା।