ଧାନକିଣା ନୀତିରେ ବ୍ୟାପକ ଅବ୍ୟବସ୍ଥା

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଚାଷୀ ମାନଙ୍କ ସୁବିଧାକୁ ନେଇ ଅନଲାଇନ ମାଧ୍ୟମରେ ଧାନ କିଣାର ସୁବ୍ୟବସ୍ଥା କରିଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତୟରେ ଚାଷୀମାନେ ଏହି ବ୍ୟବସ୍ଥାନରେ ନାନା ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ ହେଉଛି । ଚାଷୀମାନେ ଅନଲାଇନ ମାଧ୍ୟମରେ ଜମି ପଞ୍ଜି କରଣ କରି ଧାନ ବିକିବାକୁ ଲକ୍ଷ ରଖିଥିବାବେଳେ ଏବେ କମ ପରିମାଣର ଟୋକନ ଆସିବା ଓ କିଛି ଚାଷୀଙ୍କର ଆଜି ପର୍ଯ୍ୟନ୍ତ ଟୋକନ ନଆସିବା ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି । କାହାର ୮୦ କୁଇଣ୍ଟାଲ ସ୍ଥାନରେ ୮କୁଇଣ୍ଟାଲ ତ ଆଉ କାହାର ୬୦କୁଇଣ୍ଟାଲ ସ୍ଥାନରେ ମାତ୍ର ୭କୁଇଣ୍ଟାଲ । ଏହାକୁ ନେଇ ଚାଷୀମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଧାନ କାଟି ସାରି ଅମଳ ସାରିବା ପରେ ଏବେ ବିକିବାକୁ ନେଇ ଚାଷୀଙ୍କ ଭିତରେ ଭାଳେଣି ପଡିଛି । ସଢ଼ା ମଣ୍ଡିରେ ଏପରି ଅବ୍ୟବସ୍ଥାକୁ ନେଇ ଆଜି ଅନେକ ଚାଷୀ ସଢ଼ା ସମବାୟ ସମିତିରେ ପାଟିତୁଣ୍ଡ କରିବା ସହିତ ପାଟକରେ ତାଲା ପକାଇ ଏହାର ପ୍ରତିବାଦ କରିଥିଲେ । ପରେ ସମିତିର ସଭାପତି ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାପରେ ଚାଷୀମାନେ ଆଉ କିଛିଦିନ ଅ୍ରପେକ୍ଷା କରିଛନ୍ତି ଯଦି କିଛି ପ୍ରତିକାର କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସଢ଼ା ଗ୍ରାମର ଚାଷୀ ପ୍ରଦୀପ କୁମାର ସାମଲଙ୍କ ଅଭିଯୋଗ ଅନୁଯାଇ ସେ ଗତ ଅଗଷ୍ଟମାସରୁ ତାଙ୍କ ଜମିର ପଞ୍ଜିକରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ଟୋକନ ଆସିନି । ସେ ବାରମ୍ବାର ସମିତି କାର୍ଯ୍ୟାଳୟକୁ ଆସି ଅଭିଯୋଗ କରୁôତଲେବି କୌଣସି ସୁଫଳ ମିଳିପାରିନି ବୋଲି ଅଭିଯୋଗ କରିଛନ୍ତି । ଧାନ ଅମଳସାରି ଏବେ ଘରବାଡିରେ ଧାନ ପକାଇ ରଖିଥିବାବେଳେ କିପରି ଧାନ ବିକିବେ ସେନେଇ ଚିନ୍ତାରେ ପଡିଛନ୍ତି ବୋଲି କହିଛନ୍ତି । ସେହିପରି ଚାଷୀ ଅନନ୍ତ ପହିଙ୍କ ଅଭିଯୋଗ ଯେ ସେ ୩ଏକର ୨୮ଡିସିମିଲ ଜମିର ଧାନ ବିକିବା ପାଇଁ ସମିତିରେ ନାମ ପଞ୍ଜିକରଣ କରିଥିଲେ । କିନ୍ତୁ ତାଙ୍କ ତାଙ୍କର ମାତ୍ର ୭କୁଇଣ୍ଟାଲ ୩କିଲୋ ଧାନ ବିକିବା ପାଇଁ ଟୋକନ ଆସିଛି । ତେଣୁ ସେ କିପରି ଧାନ ବିକିବେ । ସେହିପରି ସଢ଼ା ଗ୍ରାମର ଚାଷୀ ମଦନ ମୋହନ ପୁହାଣ ୨ଏକର ୭୯ଡିସିମିଲ ଜମି ପଞ୍ଜିକରଣ ପାଇଁ ସମିତିରେ କାଗଜପତ୍ର ଦେଇଥିଲେ । କିନ୍ତୁ ତାଙ୍କର ମାତ୍ର ୧୭ଡିସିମିଲ ଜମି ପଞ୍ଜିକୃତ ହୋଇ ୨କୁଇଣ୍ଟାଲ ୩୮କିଲୋ ଧାନ ବିକିବା ପାଇଁ ଟୋକନ ଆସିଛି । ତେଣୁ ସେ କଣ କରିବେ । ବାରମ୍ବାର ସମିତିକୁ ଦୌଡି ଦୌଡି ସେ ନୟାନ୍ତ ହୋଇ ଗଲେଣି । ସେହିପରି ଆମ୍ବଗଡିଆ ଗ୍ରାମର ଚାଷୀ ପ୍ରେମାନନ୍ଦ ମିଶ୍ରଙ୍କ ଅଭିଯୋଗ ଯେ ଅନଲାଇନ ମାଧ୍ୟମରେ ଧାନ ବିକିବା ଏବେ ପ୍ରହସନ ପାଲଟିଛି । ଯାହାର ଜମି ଅଧିକ ଦେଇଛି ତାର କମ ପରିମାଣରର ଟୋକନ ଆସିଥିବାବେଳେ ଯାହାର କମ ଜମି ଅଛି ତାର ଶହଶହ କୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ଆସିଛି । ଜମି ପଞ୍ଜିକରଣରେ ଅନେକ ଚଞ୍ଚକତା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଚାଷୀ ଗୟା ପ୍ରସାଦ ପ୍ରଧାନ, ପ୍ରଫୁଲ ବେହେରା, ସନ୍ତୋଷ କୁମାର ମହାନ୍ତି, ଶରତ ଚନ୍ଦ୍ର ପୁହାଣ, ଜଗନ୍ନାଥ ସାହୁ, ଗୋପୀନାଥ ରାଉତ, ବାଳକୃଷ୍ଣ ବେହେରା, ଅଜିତ କୁମାର ମଲ୍ଲିକ, ଅନାଦି ଚରଣ ରାଉତ, ଶୁକଦେବ ସେଠୀ, ନରୋତ୍ତମ ନାୟକ, ବ୍ରହ୍ମାନନ୍ଦ ପହି, ମନୋଜ କୁମାର ମହାନ୍ତି, ଚୈତନ ରାଉତ, ଦେବେନ୍ଦ୍ର କୁମାର ଜେନା, ଗଦାଧର ନାୟକ, ପବିତ୍ର ରାଉତଙ୍କ ସମେତ ଶତାଧିକ ଚାଷୀଙ୍କ ଏପରି ସମସ୍ୟା ଦେଖା ଦେଇଛି । ସେମାନେ ସମିତିର ସମ୍ପାଦକଙ୍କୁ ବାରମ୍ବାର ଦେଖା କରୁଥିଲେବି କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଅଭିଯୋଗ କରିବା ସହିତ ଆଜି ଆସି ସମିତି ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ଖବରପାଇ ସମିତି ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ତୁରନ୍ତ ଚାଷୀମାନଙ୍କ ସମସ୍ୟାନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ଜଣାଇବେ ବୋଲି କହିବାପରେ ଚାଷୀମାନେ ଆନ୍ଦାଳନରୁ ହଟିଥିଲେ । ଯଦି ଉଚ୍ଚ କର୍ତ୍ତୁପକ୍ଷ ଅତିଶୀଘ୍ର ଏହାର ସୁ ବନ୍ଦୋବସ୍ତ ନ କରନ୍ତି ତେବେ ଚାଷୀମାନେ ବାଧ୍ୟ ହୋଇ ମଣ୍ଡି ବନ୍ଦ କରିବା ସହିତ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ