ଧୂଆଁଛାଇ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ବ୍ଳକ ବାଉଁଶଲୁଣ୍ଡି କ୍ଲଷ୍ଟର ଅନ୍ତର୍ଗତ ଧୂଆଁଛାଇ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସି.ଆର୍.ସି.ସି ତଥା ବରିଷ୍ଠ ଶିକ୍ଷକ ରାଜେଶ ପ୍ରଧାନ ସମ୍ମାନିତ ଅତିଥି ରୂପେ, ଜଗବନ୍ଧୁ ଜେନା ,ସଭାପତି,ଅଲ୍ଓଷ୍ଟା,ମୁଖ୍ୟ ଅତିଥି ରୂପେ ,ସମାଜସେବୀ ପଞ୍ଚାନନ ପ୍ରଧାନ ସମ୍ମାନିତ ଅତିଥି ରୂପେ , ପ୍ରସନ୍ନ ପ୍ରଧାନ ରାଜ୍ୟ ସାଧନ କର୍ମୀ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ର ଆବଶ୍ୟକତା ଓ ଶିକ୍ଷାର୍ଥିଙ୍କ ଦକ୍ଷତାକୁ ପ୍ରକାଶ କରିବାରେ ଏହି ପରି କାର୍ୟ୍ୟକ୍ରମ ର ଆୟୋଜନ ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ର ସୁଖଦୁଃଖରେ ସମସ୍ତେ ସାଥୀ ହୋଇ ମୋ ସ୍କୁଲ ଅଭିଯାନ ଯୋଜନାରେ ବିଦ୍ୟାଳୟକୁ ସାହାଯ୍ୟ ସହଯୋଗ କରିବା ପାଇଁ ଆହ୍ବାନ କରିଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅପର୍ଣ୍ଣା ଦାସ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। କୃତୀ ଶିକ୍ଷାର୍ଥିଙ୍କୁ ଏହି ଅବସରରେ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା। ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟଗଣ ଉପସ୍ଥିତ ରହି ସହଯୋଗ କରିଥିଲେ ାଶେଷରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


