ନଦୀରେ ଭାସୁଥିବା ବେଳେ ଟାୱାର ଖୁଣ୍ଟରେ ଅଟକିଗଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ, (ଓ୍ବାଇଏନଏସ): ନଦୀରେ ଭାସି ଯାଉଥିବାବେଳେ ଟାୱାର ଖୁଣ୍ଟରେ ଲାଗିଲେ ଯୁବକ । ବହୁ କସରତ ପରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । କଟକ ଲାଲବାଗ ଥାନ ଅନ୍ତର୍ଗତ ଗଣେଶ ଘାଟ ନିକଟରୁ ଯୁବକଙ୍କୁ ଉଦ୍ଧାର କରାଯାଛି । ଉଦ୍ଧାର ଯୁବକ ହେଲେ କଟକ ବାଙ୍କୀ ତାଳବସ୍ତ ଅଞ୍ଚଳର ଶିବାନନ୍ଦ ନାୟକ। ଅସାବଧାନତା ବଶତଃ ସେ ନଦୀରେ ପଡ଼ିଯାଇଥିଲେ । ପରେ ଭାସିଭାସି ଯିବା ବେଳେ ହଠାତ୍ ନଦୀ ଗର୍ଭରେ ଥିବା ଏକ ଟାୱାରର ଖୁଣ୍ଟରେ ଲାଖିଥିଲେ ।ଚାରିଆଡ଼େ ପାଣି ଥିବା ବେଳେ ଟାୱାର ଉପରେ ଛିଡ଼ା ହୋଇ ସେ ଉଦ୍ଧାର ଲାଗି ସହଯୋଗ ଲୋଡିଥିଲେ । ସ୍ଥାନୀୟ ବାସିନ୍ଦା ଏହା ଦେଖି ବିଡାନାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ