ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ

ଧର୍ମ ଓ ଆସ୍ଥାରେ ଏଭଳି ଚମକ୍ରାରିତା ରହିଛି ଯାହା ଭଗବାନଙ୍କ ଉପରେ ଥିବା ଶ୍ରଦ୍ଧାକୁ ଆହୁରି ବଢ଼ାଇଦେଇଥାଏ । ଭାରତରେ ଦେବୀ ମା ‘ଙ୍କର ଅନେକ ଚମକ୍ରାରୀ ମନ୍ଦିର ରହିଛି । ହେଲେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ତେଲ କି ଘିଅରେ ନୁହେଁ ବରଂ ନଦୀର ପାଣିରେ ଅଖଣ୍ଡ ଦୀପ ଜଳିଥାଏ । ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାର ମାଲୱାରେ । ଗାଡିଆଘାଟ ମା ‘ଙ୍କ ନାଁରେ ପ୍ରସିଦ୍ଧ ଥିବା ଏହି ମନ୍ଦିର କାଲିସିନ୍ଧ ନଦୀ କୂଳରେ ଥିବା ଆଗର-ମଲାୱାର ନଲଖେଡା ଗଁୟରୁ ପ୍ରାୟ ୧୫ କିଲୋମିଟର ଦୂର ଗାଡ଼ିଆ ଗାଁରେ ଅବସ୍ଥିତ । ଏଠାକାର ଚମକ୍ରାରିତା ହେଉଛି, ଏହି ମନ୍ଦିରରେ ତେଲ ନୁହେଁ, ବରଂ ସେଠାରେ ବହିଯାଇଥିବା କାଲିସିନ୍ଧ ନଦୀର ପାଣିରେ ଅଖଣ୍ଡ ଜ୍ୟୋତି ଜଳିଥାଏ । କୁହାଯାଉଛି, ଦୀର୍ଘ ୫୦ ବର୍ଷ ଧରି ଏହି ଅଖଣ୍ଡ ଦୀପ ଜଳିଆସୁଛି । ପୂର୍ବରୁ ଏଠାରେ ତେଲର ଦୀପ ଜଳୁଥିଲା । ହେଲେ କିଛି କିଛି ବର୍ଷ ପୂର୍ବରୁ ପୂଜାରୀ ସିନ୍ଧୁସିଂହ ସୋନ୍ଧିଆଙ୍କୁ ମା ‘ ସ୍ୱପ୍ନାଦେଶ ଦେଇଥିଲେ ଯେ, ଆଜିଠାରୁ ପାଣିରେ ଅଖଣ୍ଡ ଜ୍ୟୋତି ଜଳିବ । ପରଦିନ ଯେତେବେଳେ ପୂଜାରୀ ମା ‘ଙ୍କ ଦୀପରେ ପାଣି ଢାଳିଥିଲେ, ସେତେବେଳେ ଏହା ଜଳିବାକୁ ଲାଗିଥିଲା । ସେ ଏହି ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ଘଟଣାକୁ କିଛି ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେୟ । କିନ୍ତୁ ଯେବେ ସେମାନେ ନିଜେ ଦୀପରେ ପାଣି ଢାଳି ଦୀପ ଜଳାଇଥିଲେ, ତାହା ଜଳିଉଠିଥିଲା । ମା ‘ଙ୍କର ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି । ତେବେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପାଣିରେ ଦୀପ ଜାଳିବା ପରମ୍ପରା ·ଲିଆସୁଛି । ହେଲେ ପ୍ରତିବର୍ଷ ବର୍ଷା ଋତୁରେ ଦୀପ ଜଳିପାରି ନ ଥାଏ । କାରଣ, ବର୍ଷା ଦିନେ ନଦୀର ପାଣିରେ ଏହି ମନ୍ଦିର ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ