ଟାଟା ସ୍କାଏ ଫିଟ୍ନେସ୍ର ଫ୍ଲାଗ୍ ବିୟରର୍ ହେବେ ଅଭିନେତ୍ରୀ ହିନା ଖାନ୍

ଅଗ୍ରଣୀ ଡିଟିଏଚ୍ କମ୍ପାନୀ ଟାଟା ସ୍କାଏ ପକ୍ଷରୁ ଏହାର ଗ୍ରାହକଙ୍କୁ ମାନସିକ ଚାପ ମୁକ୍ତ ତଥା ସୁସ୍ଥ ରଖିବା ପାଇଁ ଟାଟା ସ୍କାଏ ଫିଟ୍ନେସ୍ ସେବା ଉପଲବ୍ଧ କରାଯାଉଛି । ଏହି ସେବାର ପ୍ରସାରଣ ଲାଇଭ୍ ଟିଭି ଏବଂ ଟାଟା ସ୍କାଏ ମୋବାଇଲ୍ ଆପ୍ର ଭିଡିଓରେ ଉପଲବ୍ଧ ହେବ । ଏହାର ଫ୍ଲାଗ୍ବି ୟରର ଭାବେ ଅଭିନେତ୍ରୀ ହିନା ଖାନ୍ଙ୍କୁ ଚୁକ୍ତିବଦ୍ଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିନା ଖାନ୍ ତାଙ୍କର ପ୍ରଶଂସକଙ୍କୁ ଫିଟ୍ନେସ୍ ଲକ୍ଷ୍ୟ ପ୍ରଦାନ କରିବେ । ଟାଟା ସ୍କାଏ ସବ୍ସ୍କ୍ରାଇବର ଏହି କାର୍ଯ୍ୟକ୍ରମକୁ ଫେସ୍ବୁକ୍ ଲାଇଭ୍ରେ ମଧ୍ୟ ଦେଖି ପାରିବେ । ଏହା ସହିତ ଏହାକୁ ଶେୟାର ମଧ୍ୟ କରିପାରିବେ । ହିନା ଖାନ୍ ଏହି କାର୍ଯ୍ୟକ୍ରମରେ କେତେକ ଯୋଗାସନ ସମ୍ପର୍କରେ ଅବଗତ କରାଇବେ । ଯାହାଦ୍ୱାରା ସାମ୍ପ୍ରତିକ ସମୟରେ ଫିଟ୍ ରହିବା ସହଜ ହେବ । ଏହି ଅବସରରେ ହିନା ଖାନ୍ କହିଲେ,” ଜଣେ ଅଭିନେତ୍ରୀ ଭାବେ ମୋ ଜୀବନ ଶୈଳୀ ସହିତ ଫିଟ୍ନେସ୍ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ । ମୁ ଚାହୁଁଚି ପ୍ରତିଟି ବ୍ୟକ୍ତି ସୁସ୍ଥ ରୁହନ୍ତୁ । ଏବେ ଟାଟା ସ୍କାଏର ଫିଟ୍ନେସ୍ କାର୍ଯ୍ୟକ୍ରମ ଲାଇଭ୍ ଟିଭି ଏବଂ ଟାଟା ସ୍କାଏ ମୋବାଇଲ୍ ଆପ୍ରେ ଉପଲବ୍ଧ ହୋଇପାରିବ । କୌଣସି ପେଶାଦାର ଯନ୍ତ୍ରାଶଂ ବିନା ଜଣେ ସହଜରେ ସୁସ୍ଥ ରହିବା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ ହୋଇପାରିବେ । ଟାଟା ସ୍କାଏ ଫିଟନେସ୍ ଉଭୟ ହିନ୍ଦୀ ଏବଂ ଇଂଲିଶ୍ ଭାଷାରେ ଉପଲବ୍ଧ ହେବ । ଟାଟା ସ୍କାଏ ସବ୍  ସ୍କ୍ରାଇବର୍ ଘରେ ବସି ୟଶମିନ୍ କାରାଚିୱାଲା, କାଇଜାଡ୍ କାପାଡ଼ିଆ, ଅବାସ୍ ଅଲ୍ଲୀ, ଗ୍ରାଣ୍ଡ୍ମା ଷ୍ଟର ଶିଫୁଜିଙ୍କଠାରୁ ଫିଟ୍ନେସ୍ ସମ୍ପର୍କିତ ତଥ୍ୟ ହାସଲ କରିପାରିବେ । ଏହି କାର୍ଯ୍ୟକ୍ରମରେ ମହିଳା, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଫିଟ୍ନେସ୍ ଟିପସ୍ ପ୍ରଦାନ କରାଯିବ । ଏହା ସହିତ ସ୍ୱାସ୍ଥ୍ୟ ଆଲୋଚନା ସମୟରେ ଆବଶ୍ୟକ ପୋଷଣ ପରାମର୍ଶ ମଧ୍ୟ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ