ନନ୍ଦିଗ୍ରାମରେ ମୁତୟନ ହେବେ ୨୨୦ କମ୍ପାନୀ କେନ୍ଦ୍ରୀୟ ବାହିନୀ

କୋଲକାତା,(‌ୱାଇଏନ୍‌ଏସ୍‌): ନନ୍ଦିଗ୍ରାମ ସହ ପୂର୍ବ ମେଦିନାପୁରକୁ ସମ୍ପୂର୍ଣ୍ଣ ନିରାପତ୍ତା ବଳୟ ମଧ୍ୟରେ ରଖାଯିବ । ଭୋଟ ପାଇଁ ଏହି ଜିଲ୍ଲାରେ ୨୨୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯିବ ବୋଲି ନିର୍ବାଚନ କମିଶନରଙ୍କ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ରାଜ୍ୟରେ ୭୨୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ରହିଛନ୍ତି । ଏହି ସୂତ୍ରରୁ ଖବର ଅନୁସାରେ, ପ୍ରୟୋଜନ ହେଲେ ଶେଷ ମୁହୂର୍ତ୍ତରେ କେନ୍ଦ୍ରୀୟ ବାହିନୀ ସଂଖ୍ୟା ବଢ଼ିପାରେ । ଏହି ଆସନରୁ ଦୁଇ ହେଭିୱେଟ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀ । ଏହାଛଡ଼ା ଅନ୍ୟାନ୍ୟ କେନ୍ଦ୍ରରେ ମଧ୍ୟ କେତେଜଣ ହେଭିୱେଟ୍‌ ପ୍ରାର୍ଥୀ ରହିଛନ୍ତି । ଫଳରେ କୌଣସି ପ୍ରକାର ବିଶୃଙ୍ଖଳା ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଶନିବାର ରାଜ୍ୟର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କଥା ହୋଇଛନ୍ତି । ଏହି ବୈଠକରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ