ନବଦୁର୍ଗା ପୂଜନ ସପ୍ତମ ଦିବସ : କାଳରାତ୍ରି

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମା’ ଦୁର୍ଗାଙ୍କର ସପ୍ତମ ରୂପ ହିଁ କାଳରାତ୍ରୀ । ଏହି ରୂପରେ ତାଙ୍କ ଶରୀର ରଙ୍ଗ ଘନ ଅନ୍ଧକାର ବି କଳା । ମୁଣ୍ଡର ବାଳ ବିଧୂଷିତ ଏବଂ ବିକ୍ଷିପ୍ତ ଉଡ଼ଡୀୟମାନ । ଗଳାରେ ବିଦ୍ୟୁତ୍ ସମ ଚମକୁ ଥିବା ଲମ୍ବିତ ମାଳା । ଏହାଙ୍କର ତ୍ରିନୋଟି ନେତ୍ର । ତିନୋଟି ଯାକ ନେତ୍ର ବ୍ରହ୍ମାଣ୍ଡ ପରି ବର୍ତ୍ତୁଳାକାର । ଏଥିରୁ ବିଦ୍ୟୁତ୍ ସମ ପ୍ରଭା ବରାବର ନିର୍ଗତ ହୁଏ । ଏହି ରୂପରେ ତାଙ୍କ ନାସିକାରେ ପ୍ରବାହିତ ଶ୍ୱାସ ଓ ପ୍ରଶ୍ୱାସ ବହିର୍ଗତ ବେଳେ ଅଗ୍ନିଙ୍କ ସମ ଜ୍ୱାଳାମୟୀ ଏବଂ ଭୟଙ୍କର । ଏହାଙ୍କର ବାହ ଗର୍ଦତ୍ତ ବା ଗଧ, ମାତା ଚତୁଭୁଜା । ଉପର ଉଠିଥିବା ଡାହାଣ ହାତଟି ବରମୁଦ୍ରାରେ ସମସ୍ତଙ୍କୁ ବର ପ୍ରଦାନ କରେ ଓ ଡାହାଣ ପଟ ନିମ୍ନହାତଟି ଅଭୟ ମୁଦ୍ରାରେ ଥାଏ । ବାମ ହାତର ଉପର ହାତରେ ଲୁହାର କଣ୍ଟା ଏବଂ ତଳ ହସ୍ତରେ ଖଡ଼ଗ ବିରାଜୁଥାଏ ।
ମା’ଙ୍କର ଏହି କାଳରାତ୍ରୀ ସ୍ୱରୂପ ଅତ୍ୟନ୍ତ ଭୟଙ୍କର । କିନ୍ତୁ ମା’ ସତରେ ଶୁଭ୍ରପଦାୟିନୀ । ଏଣୁ ମା’ଙ୍କର ଅନ୍ୟନାମ ଶୁଭଙ୍କରୀ ଅଟେ । ଏପରିସ୍ଥଳେ ମା’କୁ ଭୟ କରିବାର କୌଣସି କାରଣ ନାହିଁ ।
ଦୁର୍ଗାପୂଜାର ସପ୍ତମଦିନ ମା’ କାଳରାତ୍ରୀଙ୍କ ପୂଜା ଏବଂ ଉପାସନା କରାଯାଏ । ଏହିଦିନ ସାଧକର ମନ ସହସ୍ରାର ଚକ୍ରରେ ସ୍ଥିର ଥାଏ । ଏଥିପାଇଁ ବ୍ରହ୍ମାଣ୍ଡର ସମସ୍ତ ସିଦ୍ଧିହାସଲ ପାଇଁ ଦ୍ୱାର ମୁକ୍ତ ଥାଏ । ଏହି ଚକ୍ରରେ ସାଧକରମ ନ ସଂପୂର୍ଣ୍ଣ ଭାବରେ, କାଳରାତ୍ରିଙ୍କ ସ୍ୱରୂପରେ ନିବଦ୍ଧ ଏବଂ ଆବଦ୍ଧ ଥାଏ । ସେ ସମସ୍ତ ସକାରାତ୍ମକ ପୁଣ୍ୟ ‘ଳର ଅଂଶୀଦାର ଥାଏ । ତା’ର ସମସ୍ତ ପାପ ବିନାଶ ହୁଏ । ତାକୁ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୁଏ ।
ମା’ କାଳରାତ୍ରି ଦୁଷମନଙ୍କର ବିନାଶକାରୀ ଦେବୀ ଅଟନ୍ତି । ମା’ର ସ୍ମରଣ ମାତ୍ରେ ହିଁ ଦୁଷ୍ଟ ଦାନବ, ଦୈତ୍ୟ ରାକ୍ଷସ, ଭୂତ, ପ୍ରେମ ଏବଂ ସମସ୍ତ ଅନିଷ୍ଟକାରକ କାରଣମାନେ ଭୟଭୀତ ହୋଇ ଦୂରେଇ ଯାଆନ୍ତି । ଏଦେବୀ ମ୍ମ ଗ୍ରହ ଓ ବ୍ୟାଧିମାନଙ୍କର ଯମ ସଦୃଶ । । ଏ ଦେବୀଙ୍କର ଉପାସକକୁ ଅଗ୍ନି, ଜଳ, ଜନ୍ତୁ, ଶତ୍ରୁ କି ରାତ୍ରି ଭୟ ବୋଲି କିଛି ଭୟ ବୋଲି ନଥାଏ । ମା’ର କୃପାରେ ବା ଉପାସକ ଏକ ନିଶ୍ଚିତ ଓ ନିଶ୍ଚିନ୍ତ ଭୟମୁକ୍ତ ଜୀବନ ଯାପନ କରେ ।
ମା’ କାଳରାତ୍ରିଙ୍କର ସ୍ୱରୂପ ବିଗ୍ରହକୁ ପ୍ରଥମେ ଭକ୍ତ ବା ଉପାସକ ହୃଦୟରେ ସ୍ଥାପନ କରିବା ଉଚିତ୍ । ତା’ପରେ ନଷ୍ଟ ଚିତ୍ତରେ ଏବଂ ଏକାଗ୍ରତ ସହ ମା’ର ଉପାସନା କରିବା ଉଚିତ୍ । ଏଥିରେ ଜପ, ନିୟମ ଏବଂ ‘ଯମକୁ ପୂର୍ଣ୍ଣମାତ୍ରାରେ ପାଳନ କରିବାକୁ ହୁଏ । ମନ, ବଚନ ଏବଂ କାୟାରେ ଶୁଦ୍ଧତା ବା ପବିତ୍ରତା ରଖିବାକୁ ହୁଏ ।
କାଳରାତ୍ରି ବାହାରି କାଳ ନୁହଁନ୍ତି । ତେବେ ଦୈତ୍ୟ, ଦାନବ ଦୁଷ୍ଟଙ୍କ ପାଇଁ ମାରଣ ଓ ମରଣର ଅସ୍ତ୍ର ଅଥଚ ତା’ ଭକ୍ତ, ଉପାସକ ତଥା ତାକୁ ସମର୍ପର୍ିତ ବ୍ୟକ୍ତିମାନଙ୍କ ପାଇଁ ସେ କେତେ ଶୁଭଙ୍କରୀ ।
ଆସନ୍ତୁ, ମା’ଙ୍କୁ ସ୍ମରଣ କରିବା ଏବଂ ତାଙ୍କର ଶରଣଯିବା ।
ଏକ ବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରସ୍ଥିତା ।
ଲମ୍ବୋଷ୍ଠୀ କର୍ଣ୍ଣକାକର୍ଣ୍ଣୀ ତୈଳାଭକ୍ତ ଶରୀରିଣୀ ।
ବାମ ପାଦୋ ଲ୍ଲସ ଲ୍ଲୋହଲତା କଣ୍ଟକ ଭ୍ରଷଣା ।
ବର୍ଧନମୂଧ ଧ୍ୱଜା କୃଷ୍ଣା କାଳରାତ୍ରି ଭୟଙ୍କରୀ ।
.. ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।ା

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ