ନବବଧୁକୁ ହତ୍ୟା ଅଭିଯୋଗ
ପ୍ରଥମେ ପ୍ରେମ ସଂପର୍କ , ପ୍ରେମ ପରେ ବିବାଦ ,ଏହା ପରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ,ଶେଷରେ ଦୁଇ ପରିବାରଙ୍କ ସର୍ବସମ୍ମତି କ୍ରମେ ଚୁକ୍ତିନାମା କରି ପ୍ରେମୀ ଯୁଗଳଙ୍କୁ ମିଳିଲା ସାମାଜିକ ସ୍ୱୀକୃତି । ଚୁକ୍ତିନାମା ଅନୁଯାୟୀ ଓ ବିଧିବଦ୍ଧ ଭାବେ ଚଳିତ ମାସ ୧୫ ତାରିଖରେ ବିବାହ କରିଥିଲେ ନବଦମ୍ପତି । ବିବାହର ଠିକ୍ ସପ୍ତାହେ ନପୁରୁଣୁ ନବବଧୂଙ୍କୁ ହତ୍ୟା ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକ । ଏଭଳି ଚାଞ୍ଚଲ୍ୟ କର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ ପୋଖରି ଉଟାଗୁଡା ଗ୍ରାମର ଜନମଣି ନାୟକଙ୍କ ଝିଅ ସହ ଉପରଝୋପି ଗ୍ରାମର କୈଳାଶ ନାଏକ ଙ୍କ ସହ ବିବାହ ସଂମ୍ପର୍ଣ୍ଣ ହୋଇଥିଲା । ବିବାହର ସପ୍ତାହ ନପୁରୁଣୁ ଗତକାଲି ନବବଧୁର ଝୁଲନ୍ତା ମୃତ ଦେହ ଝୁଲୁଥିବା ଉପରଝୋପି ଗ୍ରାମର ଶିରବତି ନାଏକ ଓ ରଘୁମଣୀ ନାଏକ ଝିଅର ପିତା ଘରକୁ ଜଣାଇଥିଲେ । ଏହି ଖବର ଶୁଣି ଝିଅ ଘର ଲୋକ ତାଙ୍କ ଝିଅକୁ ପୁଅ ପରିବାର ଲୋକ ହତ୍ୟା କରି ଆତ୍ମହତ୍ୟାର ରୁୁପ ଦେବା ପାଇଁ ଚେଷ୍ଟା କରିଛନ୍ତି ବୋଲି କନ୍ୟାଘର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ଥୁଆମୁଳାରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।


