ପିତା ସାଜିଲା ସଇତାନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ବାପା ଝିଅ ଭଳି ପବିତ୍ର ସମ୍ପର୍କରେ ଦାଗ । ବାପା ସାଜିଛି ସଇତାନ । ଆଉ ନିଜ ୧୪ ବର୍ଷର ଝିଅର ଉଜ୍ଜତ ସହ ଖେଳୁଛି ଖେଳ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବିଞ୍ଝାରପୁର ଥାନା ଅଞ୍ଚଳରୁ। ଯାହାକୁ ନେଇ ସାରା ଜିଲ୍ଲାରେ ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ସୂଚନାମୂତାବକ, ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁର ଗାଁରେ । ଆଜି କି କାଲି ନୁହଁ ଦୀର୍ଘ ୬ ମାସ ଧରି ନିଜ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର‌୍ୟ୍ୟାତନା ଦେଉଥିଲା ସଇତାନ ବାପା । ଏଥିପାଇଁ ଗାଁରେ ମଧ୍ୟ ଅନେକ ଥର ନ୍ୟାୟ ନିଶାବ ବସିସାରିଛି । ହେଲେ ଫଳ ଶୂନ, ସଇତାନ ବାପ ପାଖରୁ ବର୍ତ୍ତି ପାରିନି ନିରୀହ ପୀଡ଼ିତା ।ଏଭଳି କାମକୁ ପୀଡିତାର ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରି ଲହୁଲୁହାଣ କରିଛି ଅଭିଯୁକ୍ତ ବାପ। ଶେଷରେ ନିର‌୍ୟ୍ୟାତନା ସହ୍ୟ ନକରିପାରି ଜୁନ ୧୭ ତାରିଖରେ ବିଞ୍ଝାରପୁର ଥାନାରେ ବାପା ବିରୋଧରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଟେଷ୍ଟ କରାଯାଇଥିଲା । ଅନ୍ୟପଟେ ସତ୍ୟତା ଜଣାପଡିବାରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଯାଜପୁର ଏସଡ଼ିପିଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ