ନବବଧୂ ହତ୍ୟା ମାମଲା ସ୍ବାମୀ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମଙ୍ଗରାଜପୁର ଗ୍ରାମର ସେ ଏମ. ଶିବାନୀ ରେଡ୍ଡୀ ନାମ୍ନୀ ଜଣେ ନବବଧୂ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରେ ଦିଗପହଣ୍ଡି ପୋଲିସ ବୁଧବାର ଶିବାନୀ ଙ୍କ ସ୍ବାମୀ ଏମ. ସନ୍ତ ଓରଫ ଏମ. ସନ୍ତୋଷ ରେଡ୍ଡୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୦୫/୨୩ ଦଫା -୩୦୨/୩୦୪(ଖ)/୪୯୮(କ)/୩୪ ଆଇ ପି ସି ସମେତ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ ଧାରା – ୪ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସନ୍ତୋଷ ଙ୍କ ସ୍ତ୍ରୀ ଏମ.ଶିବାନୀ ରେଡ୍ଡୀ ଙ୍କ ମୃତଦେହ କୁ ଗତ ସୋମବାର ବିଳମ୍ବିତ ସନ୍ଧ୍ୟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ପୋଲିସ ଜବତ କରିଥିଲେ। ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟ ପୁର ଗ୍ରାମର କେ. ବିଜୟ ରେଡ୍ଡୀ ଙ୍କ କନ୍ୟା ଶିବାନୀ ମଙ୍ଗରାଜ ପୁର ଗ୍ରାମର ଏମ. ସନ୍ତ ଓରଫ ସନ୍ତୋଷ ଙ୍କୁ ଗତ ପ୍ରାୟ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ସନ୍ତୋଷ ଏବଂ ଶ୍ଵଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ପ୍ରାୟ ଅଢେଇ ବର୍ଷ ଉଭୟଙ୍କ ଦାମ୍ପତ୍ୟ ଜୀବନ ଖୁବ୍ ଖୁସି ରେ କରିଥିବା ବେଳେ ଗତ ୬ ମାସ ପୂର୍ବେ ସ୍ବାମୀ ସନ୍ତୋଷ ତାଙ୍କ ସ୍ତ୍ରୀ ଶିବାନୀ ଙ୍କ ସମସ୍ତ ସୁନା ଗହଣା ବନ୍ଧକ ଦେଇ ଋଣ ଆଣିଥିଲେ। ପରେ ସ୍ବାମୀ ଏବଂ ତାଙ୍କ ପରିବାର ଲୋକେ ଅଧିକା ଯୌତୁକ ପାଇଁ ହତ୍ୟା ଶିବାନୀ ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଅପରପକ୍ଷରେ ଶିବାନୀ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ଶ୍ଵଶୁର ଘର ଲୋକେ ପୋଲିସ କୁ କହିଥିଲେ। ଘଟଣାର ପରଦିନ ଶିବାନୀ ଙ୍କ ବାପା କେ. ବିଜୟ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ଶିବାନୀ ଙ୍କ ସ୍ବାମୀ ଙ୍କୁ ଗିରଫ କରିଥିଲେ


