ନବ ନିର୍ବାଚିତ ଓକିଲ ସଂଘର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ଛତ୍ରପୁର (ଦେବଦତ୍ତ ମହାରଣା) : ନବ ନିର୍ବାଚିତ ଛତ୍ରପୁର ଓକିଲସଂଘ କର୍ମକର୍ତ୍ତା ମାନେ ଆଜି ଶପଥ ପାଠ ଗ୍ରହଣ କରିଛନ୍ତି । ନିର୍ବାଚନ ଅଧିକାରୀ ସି.ଏଚ୍. ସୁର୍ଯ୍ୟନାରାୟଣ ରେଡ୍ଡିଙ୍କ ଉପସ୍ଥିତିରେ ସଂଘର ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ପାଢି , ସମ୍ପାଦକ ଏଲ୍. ଗୋପାଳ ରାଓ (ଗୋପୀ) , ଉପସଭାପତି ଚୈତନ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ସଂଜୟ କୁମାର ବେହେରା,ସହ ସମ୍ପାଦକ ଅପସରା ଜାନ, ଲାଇବ୍ରେରୀ ଓ ସେମିନାର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଭୈରବୀ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ପଣ୍ଡାଙ୍କୁ ବରିଷ୍ଠ ଆଇନଜିବୀ ସୂର୍ଯ୍ୟନାରୟଣ ସାମନ୍ତରାୟ ଶପଥ ପାଠ କରାଇଥିଲେ ।


