ନବ ବର୍ଷ ରେ ବିଜୁ ଜନତା ଦଳ ର ବନ୍ଧୁ ମିଳନ ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):ପରସ୍ପର ଭିତରେ ଭାଇ ଚାରା ବଜାୟ ରଖିବା ସହ ଖୁସିର ସମୟ ଅତିବାହିତ କରିବା ଉଦେଶ୍ୟ ନେଇ ନବ ବର୍ଷ ୨୦୨୨ ଉପଲକ୍ଷେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ବିଜେଡି ତରଫରୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ତତ୍ୱାବଧାନ ରେ ସୌରା ଛାଚୀନା ଠାରେ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅଥିତି ରୂପେ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ | ନୂତନ ବର୍ଷ ୨୦୨୨ ଉପଲକ୍ଷେ ବେଗୁନିଆପଡା ବ୍ଲକ ର ସମସ୍ତ ପଞ୍ଚାୟତ ରୁ ସହ ସହ ବିଜେଡି କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ | ସମସ୍ତେ ମିଳିମିଶି ପରସ୍ପର ଭିତରେ ଭାଇଚାରା ବଜାୟ ରଖିବା,ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ପାର୍ଥି ଙ୍କୁ ବିଜୟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ କରିଥିଲେ | ସମସ୍ତ ପଞ୍ଚାୟତ ରୁ ଆସିଥିବା ବିଜେଡି କର୍ମକର୍ତ୍ତା ବିଧାୟିକା ଙ୍କ ସ୍ୱର ରେ ସ୍ୱର ମିଳାଇ ବିଜେଡି କୁ ଜିତିବା ପାଇଁ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ | ଏଥିସହ ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଲକ୍ଷ କଲେ ବେଗୁନିଆପଡା ବ୍ଲକ ବିଜୁ ଜନତା ଦଳ ର ଶକ୍ତି ବୃଦ୍ଧି ସହ ଏକ ଦମ ବିରୋଧୀ ଶୂନ୍ୟ ଭଳି ଲାଗୁଚି ବ୍ଲକ | ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମନୋଜ କୁମାର ପାଣ୍ଡୀ, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ବ୍ଲକ ସଭାପତି ବିଜୟକୁମାର ଦୋରା ଙ୍କ ସେମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ