ନଭେମ୍ବରରେ ୮ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ନଭେମ୍ବର ମାସରେ ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ପର୍ଯ୍ୟାୟକ୍ରମେ ୮ ଦିନ ବନ୍ଦ ରହିବ। ନଭେମ୍ବର ମାସରେ ୫ଟି ରବିବାର ପଡ଼ୁଛି। ସେହି ତାରିଖଗୁଡ଼ିକ ହେଲା ୧, ୮, ୨୫, ୨୨ ଓ ୨୯। ଏଥିସହିତ ଦ୍ବିତୀୟ ଓ ଚତୁର୍ଥ ଶନିବାର ଯଥାକ୍ରମେ ୧୪ ଓ ୨୮ ତାରିଖରେ ପଡ଼ୁଛି। ତେଣୁ ଏହି ଦିନଗୁଡ଼ିକ ସ୍ବାଭାବିକଭାବେ ବନ୍ଦ ରହିବ। ‌୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ଛୁଟି ରହିବ। ତେଣୁ ମାସ ଶେଷରେ ବ୍ୟାଙ୍କ ଶାଖାଗୁଡ଼ିକ ଲଗାତାର ଭାବେ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରହିବ। ଅନ୍ୟପକ୍ଷରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନଭେମ୍ବର ମାସର ପ୍ରତ୍ୟେକ ଶନିବାର ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବ୍ୟାଙ୍କ ଗୁଡ଼ିକ ପାଇଁ ଏହା କାର୍ଯ୍ୟକାରୀ କରାଯାଇ ନଥିବାରୁ କର୍ମଚାରୀଙ୍କ ମହଲରେ ଅ‌ସନ୍ତୋଷ ଦେଖାଦେଇଛି। କରୋନା ଶୃଙ୍ଖଳକୁ ଭାଙ୍ଗିବା ଲାଗି ସରକାରୀ କାର୍ଯ୍ୟାଳୟ ଭଳି ବ୍ୟାଙ୍କ ଶାଖାଗୁଡ଼ିକୁ ମଧ୍ୟ ନଭେମ୍ବର ମାସର ସବୁ ଶନିବାର ବନ୍ଦ ପାଇଁ କର୍ମଚାରୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ