ନାଉଗାଁରେ ପାଣ୍ଡିଆନଙ୍କ ପ୍ରଚାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକ ପଡିଆରେ ଭି.କେ ପାଣ୍ଡିଆନ୍‌ଙ୍କ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଭାଷଣ ଦେବାକୁ ଆରମ୍ଭ କରି ଶ୍ରୀ ପଣ୍ଡିଆନ ପ୍ରଥମେ ‘ନୂଆଗାଁ’ ଓ ଜଗତସିଂହପୁର ପ୍ରିୟ ଭାଇଭଉଣୀ ମାନେ ବୋଲି କହିଥିଲେ । ସଭା ମଂଚ ଆଗରେ ଥିବା ନାଉଗାଁର ବରିଷ୍ଠ ବିଜେଡି କର୍ମୀ ଓ ସମର୍ଥକମାନେ ବଡ ପାଟି କରି ‘ନୂଆଗାଁ’ ନୁହେଁ ‘ନାଉଗାଁ’ ବୋଲି କହିଥିଲେ । ପରେ ଶ୍ରୀ ପାଣ୍ଡିଆନ୍ ନାଉଗାଁ ବୋଲି ସମ୍ବୋଧନ କରି ଚଳିତ ନିର୍ବାଚନ ପାଇଁ ରହିଥିବା ଇସ୍ତାହାର ଉପରେ ମତବ୍ୟକ୍ତ କରିବା ସହିତ ଅଂଚଳବାସୀଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ସହ ସମସ୍ତ ଚାଷ ଜମିକୁ ଜଳସେଚନ ଓ ଜଳ ନିଷ୍କାସନ ଓ ମେଡିକାଲ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ନାଉଗାଁବାସୀ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।ଏହା ସହିତ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଚିରଂଜୀବ ବିଶ୍ୱାଳଙ୍କୁ ଦାୟିତ୍ୱ ଲାଗିଲା ବୋଲି କହିଥିଲେ । ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି, ସାଂସଦ ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଓଡିଶାର ବିକାଶ ଧାରାକୁ ଆଗେଇ ନେବାକୁ ହେଲେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ କର୍ମୀ ଓ ସମର୍ଥକମାନଙ୍କୁ ନିବେଦନ କରିଥିଲେ । ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା,ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଜେଡି ସଭାପତି ନଟବର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଜେନା,ଜିଲ୍ଲା ବିଜେଡି ଉପସଭାପତି ପ୍ରଦିପ୍ତ ସ୍ୱାଇଁ, ବ୍ଲକ ଯୁବ ସଭାପତି ପ୍ରତ୍ୟୁଷ ପରିଡା, ଯୁବ ନେତା ସୁନିଲ ମାଟିଆଙ୍କ ସମତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ