ନାଉଗାଁ ପୁଲିସ ପକ୍ଷରୁ ସାଇବର ଠକେଇ ସଚେତନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ପୁଲିସ ପକ୍ଷରୁ ସାଇବର ଠକେଇକୁ ନେଇ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାଉଗାଁ ଥାନା ଆଇଆଇସି ସଘଂମିତ୍ରା ନାୟକ ଓ ନାଉଗାଁ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ମିଶନ ଶକ୍ତିର ମହିଳା ଓ ମହିଳା ସ୍ୱୟଂ ସହାୟିକା ଦଳର ମହିଳାମାନଙ୍କୁ ଏବେ ଚାଲିଥିବା ସାଇବର ଠକେଇ ବିଷୟରେ ସଚେତନ କରାଇବା ସହିତ ଏହି ଠକମାନଙ୍କ ଠାରୁ କିପରି ନିଜକୁ ରକ୍ଷା କରାଯାଇପାରିବ ସେ ସଂର୍ପକରେ ସଚେତନ କରାଇଥିଲେ । ଏହା ସହିତ ସଂପୃକ୍ତ ମହିଳାମାନଙ୍କୁ ନିଜ ଗାଁର ସାଧାରଣ ଲୋକଙ୍କୁ ଏସଂର୍ପକରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ବିଏଲସି ରଶ୍ମିରଂଜନ ସ୍ୱାଇଁ, ବିଏଲସି ରାଜଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


