ନାଉଗାଁ ବ୍ଳକ ମିଶନ ଶକ୍ତି ପକ୍ଷରୁ ଋଣ ମେଳା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ମିଶନ ଶକ୍ତି ଭବନ ପରିସରରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ଋଣ ମେଳା ଅନୁଷ୍ଠିତ ହୋଇଯାଛି । ମିଶନ ଶକ୍ତିର ନାଉଗାଁ ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ଶଶାଙ୍କ ଶେଖର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଉକ୍ତ ମେଳାକୁ ଉଦଘାଟନ କରିଥିଲେ । ଗାଁ ଗହଳିର ମହିଳାମାନେ ସ୍ୱୟଂ ସହାୟୀକା ଦଳ ମାଧ୍ୟମରେ ନିଜର ଆର୍ଥିକ ଉନ୍ନତି କରିବା ସହିତ ପରିବାରର ଆର୍ଥୀକ ଦିଗରେ ସହାୟକ ହୋଇ ପାରିଛନ୍ତି । ମହିଳାମାନେ ଆର୍ଥିକ କ୍ଷେତ୍ରରେ ସୁଦୃଢ ହେଲେ ପରିବାର ସୁଦୃଢ ହେବା ସହିତ ରାଜ୍ୟ, ଦେଶ ଆଦି ସୁଦୃଢ ହୋଇପାରିବ । ସ୍ୱୟଂ ସହାୟୀକା ଦଳ ମାଧ୍ୟମରେ ମହିଳାମାନେ ବିଭିନ୍ନ ପ୍ରକାର ଜିନିଷ ଆମାଦାନୀ ଓ ରପ୍ତାନୀ କରିପାରୁଛନ୍ତି । ରୋଜଗାର କ୍ଷେତ୍ରରେ ବର୍ତମାନ ମହିଳା ସ୍ୱାବଲମ୍ବୀ ହେବା ସହ ପୁରୁଷ ମାନଙ୍କ ସମକକ୍ଷ ହୋଇପାରିଛନ୍ତି । ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ମହିଳା ମାନେ ଅଂଶୀଦାର ଥିବା ବେଳେ ବହୁ କ୍ଷେତ୍ରରେ ଅଗ୍ରଣୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ଅତିଥି ବିଧାୟକ ମୁଦୁଲି ମେଳାରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ବିଡିଓ ତପନ ମହାପାତ୍ର,ସିଡିପିଓ ବାସନ୍ତୀ ମାଇନ ପ୍ରମୁଖ ଯୋଗ ଦେଇ ଋଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସ୍ୱୟଂ ସହାୟୀକା ଦଳକୁ ଚେକ୍ ପ୍ରଦାନ କରିଥିଲେ । ବ୍ଳକର ସମୁଦାୟ ୨୦୮ଗୋଟି ସ୍ୱୟଂ ସହାୟୀକା ଦଳକୁ ୮ କୋଟି ୨୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଶେଷରେ ମିଶନ ଶକ୍ତିର ବ୍ଳକସ୍ତରୀୟ ସଂଯୋଜକ ଦିଲ୍ଲିପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


