ସମାଜସେବୀ ଶୁଭକାନ୍ତ ସାହୁଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ବଡସାହି ଗ୍ରାମର ସମାଜସେବୀ ଶୁଭକାନ୍ତ ସାହୁ(୫୪)ଙ୍କର ସୋମବାର ରାତିରେ ଅକାଳ ବିୟୋଗ ଘଟିଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମରଶରୀର ଗ୍ରାମରେ ପହଞ୍ôଚବା ପରେ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ସେ ଜଣେ ପରୋପକାରୀ ଓ ଦରଦି ବ୍ୟକ୍ତି ଥିଲେ । ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି । ଖବର ପାଇ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଯୁବ ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ଯୁବନେତା ସ୍ମୃତି ରଂଜନ ସ୍ୱାଇଁ, ଆଲୋକ ରାଉତ, ପ୍ରଣବ ଲେଙ୍କା, ପ୍ରଦୀପ ପଢିଆରୀ, ମାଧବ ବିଶ୍ୱାଳ, ଟୁଙ୍ଗୁରୀ ପଢିଆରୀ, ଅଜିତ୍ ପଢିଆରୀ, ଶମ୍ଭୁନାଥ ପଢିଆରୀ, ଉଦୟ ବିଶ୍ୱାଳ, ମୁନା ଖିଲାର, ଶଶୀଭୂଷଣ ଖିଲାର, ରମାକାନ୍ତ ପାଣିଗ୍ରାହୀ, ନିରଂଜନ ଲେଙ୍କା, ସୁଶାନ୍ତ ସାହୁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ôଚ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ