ନାଗରିକତା ଅଧିନିୟମ ସଚେତନତା କର୍ମଶାଳା ଅନୁଷ୍ଠିତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ନିର୍ବାଚନ ମଣ୍ଡଳୀର ମଲ୍ଲିକାପୁର ବୁଥ୍ରେ ଡୋର ଟୁ ଡୋର ବୁଲି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଗୈାତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବରେ ପୂର୍ବତନ ଆଇ ଏ ଏସ୍ ସୁଦର୍ଶନ ନାୟକ ଯୋଗଦେଇ ସାଧାରଣ ଜନତାଙ୍କୁ କିପରି ଏହି ଆଇନ ବିଷୟରେ ଲୋକ ମାନଙ୍କୁ ଅବଗତ କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ ।ଭାରତ ସରକାରଙ୍କ ତରଫରୁ ନାଗରିକତା ସଂଶୋଧିତ ବିଲକୁ ପାଶ କରିଥିବା ବେଳେ କିଛି ଦଳ ଏହାକୁ ମିଥ୍ୟା ପ୍ରଚାର କରିବା ସହ ବିଭ୍ରାନ୍ତ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ । ଦେଶର ଏକତା ଅଖଣ୍ଡତାକୁ ଜଳାଞଳି ଦେଇ ମୋଦିଙ୍କ ନିଷ୍ପତ୍ତିକୁ ବିରୋଧ କରିବାରେ ଲାଗିପଡିଛନ୍ତି । ପାକିସ୍ତାନ, ବାଗଂଲାଦେଶ ଓ ଆଫାଗାନିସ୍ତାନ ରୁ ଧାର୍ମିକ ପ୍ରତାରଣାର ଶିକାର ହୋଇ ଯେଉଁମାନେ ଦେଶଛାଡି ଆସିଛନ୍ତି ସେମାନକୁଂ ନାଗରିକତା ଦିଆଯିବ ଏହା କୈûଣସି ନାଗରିକକଂ ନାଗରିକତା ନେବନାହିଁ କିନ୍ତୁ ବିରୋଧି ଅସହିଷ୍ଣୁ ହୋଇ ଏପରି ସାଧାରଣ ସଂପତି ନଷ୍ଟଭ୍ରଷ୍ଟ କରୁଛନ୍ତି ବୋଲି କହିଥିଲେ।ଜିଲ୍ଲାସଭାପତି ଗୌତମ ରାୟ ନାଗରିକତା ଆଇନ ଆମ ଦେଶର ନାଗରିକକଂ ପାଇଁ ନୁହଁ ବରଂ ପଡୋଷି ମୁସଲିମ ଦେଶରୁ ବିତାଡିତ ସଂଖ୍ୟାଲଘୁ କୁଂ ନାଗରିକତା ଦେବାପାଇଁ ଯାହାକୁ ବିରୋଧି ଦେଶକୁ ବିଭ୍ରାନ୍ତି କରୁଛନ୍ତି ବୋଲି କହିଥିଲେ।ନାଗରିକତା ଆଇନ ଆଳରେ ମୋଦିକୁଂ ବିରୋଧ କରୁଛନ୍ତି ବୋଲି ଜିଲ୍ଲାସଭାତି କହିଥିଲେ।ଅନ୍ୟମାନକଂ ମଧ୍ଯରେ ଅମିୟ ମଲିକ,ରମେଷ ସାମଲ,ସୁଦିପ୍ତ ପଣ୍ଡା,ସଞୟ ନାୟକ ,ବିନୋଦ ଯେନା ମଞାସିନ ଥିଲେ।ଉପସ୍ଥିତ ବିଜେପି କର୍ମି ସଶଧର ବେହୁରିଆ,ପ୍ରଭାତ ନାୟକ,ଅଶୋକ ବାରିକ,ଆଶିଷ ନାୟକ, ପ୍ରସେଷ ସୁତାର,ପ୍ରମୋଦ ପଣ୍ଡା,ସତ୍ୟଜିତ ସାମଲ, ପ୍ରମୁଖ ବହନ କର୍ମି ଓ ସାଧାରଣ ଜନତା ଉପସ୍ଥିତ ଥିଲେ।


