ମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍‌ ମହାରାଜଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାଓ୍ବତଙ୍କ ରିପୋର୍ଟ ପିଜିଟିଭ୍‌ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହେବା ଖବର ଜଣାପଡିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତପାଲ୍‌ ମହାରାଜ ଓ ତାଙ୍କ ପରିବାର ଲୋକେ ଏବେ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି । ସତପାଲ୍‌ ଶୁକ୍ରବାର ଦିନ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ କରୋନା କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୯ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ