ନାବାଳିକା ବଳାତ୍କାର ମାମଲା ୨୦ ବର୍ଷ ଜେଲ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନାବାଳିକା ବଳାତ୍କାର ମାମଲାରେ ପାରଳାଖେମୁଣ୍ଡି ଦୌରାଜଜ୍ ରାୟ ଶୁଣାଣି କରିଛନ୍ତି। ଅଭିଯୁକ୍ତ କାଶୀନଗର ଥାନା ଅନ୍ତର୍ଗତ ହରିପୁର ଗ୍ରାମର କଲା ମହିନ୍ଦ୍ରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ନାବାଳିକାଙ୍କୁ କଲା ମହିନ୍ଦ୍ରା ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ସେ ଗର୍ଭଧାରଣ କରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ନାବାଳିକା ବିବାହ କରିବାକୁ କହିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ କାଶୀନଗର ଥାନାରେ ୨୦୨୧ ମାର୍ଚ୍ଚ ୧୩ ତାରିଖରେ ଏତଲା ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି. ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ଆର.ଜନାର୍ଦ୍ଦନ ରାଓ ପରିଚାଳନା କରୁଥିଲେ। ଶେଷରେ କୋୖର୍ଟ ରାୟ ଅନୁଯାଇ ସମ୍ପୃକ୍ତ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି.


