ନାରୀ ଶକ୍ତି ପରିଚାଳନା କରିବେ ନିର୍ବାଚନ ବୁଥ୍ ଜିଲ୍ଲା ସ୍ତରରେ ବିଦ୍ଧିବଧ ତାଲିମ ପ୍ରକ୍ରିୟା ଆରମ୍ଭ

ଛତ୍ରପୁର ( ଯୁଗାବ୍ଦ ନୁଜ ) ; ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷିରେ ଗଞ୍ଚାମଜିଲ୍ଲାରେ କେତେକ ବୁଥ କୁ ସ୍ୱତନ୍ତ୍ର ଭାବେ ମହିଳା କର୍ମଚାରୀ ମାନେ ପରିଚାଳନା କରିବା ପାଇଁ ଜିଲ୍ଳା ପ୍ରଶାସନ ନିଷ୍ପତି ଗ୍ରହଣ କରିଛନ୍ତି । ବୁଥରେ ନିଯୁକ୍ତ ମୋଟ ୬ ଜଣ କର୍ମଚାରୀ ସମସ୍ତେ ମହିଳା ବର୍ଗର ରହିବେ । ଏହି ବୁଥକୁ ପିଙ୍କ ବୁଥ ନାମରେ ନାମିତ କରାଯିବ । ଜିଲ୍ଲାରେ ଚଳିତ ନିର୍ବାଚନ ପାଇଁ ଧାର୍ଯ୍ୟ ୩୦୬୩ ବୁଥ ମଧରୁ ୧୩ ଗୋଟି ବୁଥକୁ ପିଙ୍କ ବୁଥ କରାଯିବ ।ପ୍ରତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ବୁଥ ପିଙ୍କ ବୁଥ ରେ ପରିଣତ ହେବ । ଏଥିପାଇଁ ନିରୁପିତ ୯୮ ଜଣ ମହିଳା କର୍ମଚାରୀଙ୍କୁ ଛତ୍ରପୁର ଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାସମ୍ମିଳନୀ କକ୍ଷ ଓ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।ଏହି ମୋଡେଲ ବୁଥ ଗୁଡିକରେ ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ନିଷ୍ୱତ୍ତ ଗ୍ରହଣ କରିଛନ୍ତି ।ଏହା ଦ୍ୱାରା ମତଦାନ ପାଇଁ ଭୋଟର ମାନଙ୍କୁ ଆଗ୍ରହ ବୃଦ୍ଦି ହେବା ସହିିତ ଜ୍ଣେ ମର୍ଯ୍ୟଦା ଜନକ ଭୋଟର ଭାବେ ଗର୍ବ ଅନୁଭବ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ