ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ଯୁବ ସମାଜସେବୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନୂତନ ବର୍ଷକୁ କିଏ ପିକିନିକ୍ ଯାଇ ପାଳୁଥିବା ବେଳେ ଆଉ କିଏ ଘରେ ପିଠାପଣା କରି ପାଳୁଛନ୍ତି । କିନ୍ତୁ ନାଉଗାଁରେ ଜଣେ ଯୁବ ସମାଜସେବୀ ନିଆରା ଢଙ୍ଗରେ ନୂତନ ବର୍ଷକୁ ପାଳି ଥିବା ଦେଖିବାକୁ ମିଳିଛି । ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ଗ୍ରାମର ପପିନ୍ଦ୍ର ଲେଙ୍କା(ଚକା) ବୟସ ୨୭ବର୍ଷ । ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି ।ପେଶାରେ ଚାକିରି କରିଥିଲେ ବି ନିଶା ତାଙ୍କର ଅଲଗା । ବିଭିନ୍ନ ସମୟରେ ଅନାଥ,ଅସହାୟ ବ୍ୟକ୍ତିଙ୍କୁ ସେ ବଢାଇଥାନ୍ତି ସହାୟତାର ହାତ । ମହାବିଦ୍ୟାଳୟରୁ ସ୍ୱଳ୍ପ ପାରିଶ୍ରମିକ ପାଉଥିବା ବେଳେ ସେହି ପାରିଶ୍ରମିକୁ ସେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଇଂରାଜୀ ନୂତନ ବର୍ଷରେ ସେ ଚାନ୍ଦପୁରା ଗ୍ରାମର ବିଷ୍ଣୁଚରଣ ଗୋଚ୍ଛାୟତ(ବାବା)ଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ପ୍ରକାଶଯୋଗ୍ୟ ଯେ ବିଷ୍ଣୁ ଚରଣ ୧୯୮୪ ମସିହାରୁ ୫ ଶହରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ଭାବେ ଶବକୁ ନିଜ ଗାଡିରେ ବୋହୁଥିବା ଜଣାଯାଇଛି । ଦିନ ରାତି ଯେତବେଳେ ଯିଏ ଶବ ନେବା ପାଇଁ ଡାକନ୍ତି ବିଷ୍ଣୁ କୁଣ୍ଠାବୋଧ ନକରି ସଙ୍ଗେ ସଙ୍ଗେ ଗାଡି ନେଇ ଶବ ବୋହିବା ଠାରୁ ଆରମ୍ଭ କରି ଶବ ହସ୍ତାନ୍ତର ହେବା ପର୍ଯ୍ୟନ୍ତ ଜଗି ରହିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ