କୋଦଳା ସାମ୍ବାଦିକ ସଂଘ ପକ୍ଷରୁ ସରକାରୀ ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା

କୋଦଳା :   ଇଂରାଜୀ ନବବର୍ଷ ଉପଲକ୍ଷେ ଗଞ୍ଜାମ ଜିଲ୍ଲା କୋଦଳା ସାମ୍ବାଦିକ ସଂଘର ଭଗବାନ ପାଢ଼ୀଙ୍କ ନେତୃତ୍ୱରେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା l ୨୦୨୦ ବର୍ଷ ପାଇଁ ସ୍ୱାଗତ ସହ ପୁଷ୍ପଗୁଛ ମାଧ୍ୟ୍ୟମରେ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ଅଭିନନ୍ଦନ ଉପହାର ପ୍ରଦାନ କରାଯାଇଥିବା ବେଳେ ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଚିନ୍ମୟ ମିଶ୍ର, ଡା. ଅଜିତ କୁମାର ଶୀଶା, ବେଗୁନିଆପଡା ବ୍ଲକ ବିଡ଼ିଓ ପ୍ରଦୀପ କୁମାର ପଣ୍ଡା, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ସବଜେଲ ଇନଚାର୍ଜ ଏବଂ ଅଞ୍ଚଳର ଥାନା ଅଧିକାରୀ ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା l ଏହି ଉପହାରରେ ସଂଘର ସାମ୍ବାଦିକ ଭାଇ ସନ୍ତୋଷ କୁମାର ସେଠୀ, ଦିବାକର ପାଣ୍ଡୀ, କୃଷ୍ଣ ଚନ୍ଦ୍ର ପୋଲାଇ, ସୁଶାନ୍ତ କୁମାର ପଟ୍ଟନାୟକ, ଗୁଲସନ କୁମାର କର, ଜଗନ କୁମାର ସେଠୀ, ଉମା ମହାରଣା, ଦୀପକ କୁମାର ସେଠୀ, ଏବଂ ଗୋବିନ୍ଦ ପାଣିଗ୍ରାହୀ ଉପସ୍ଥିତ ରହିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ