ନିଆରା ଢଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍ କଲେ ଯୁବକ
ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ । ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍ ପସନ୍ଦ କରନ୍ତି । ଏଥିପାଇଁ ସେମାନେ ନିଆରା ଢ଼ଙ୍ଗ ଆପଣାଇଥାନ୍ତି । କିଏ ମଝି ଆକାଶରେ ତ ଆଉ କିଏ ସମୁଦ୍ର ମଝିରେ ନିଜର ପ୍ରେମ ନିବେଦନ କରିଥାନ୍ତି । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାରେ । ଆମେରିକାର କ୍ରିସ୍ ଗାର୍ଥ ନିଜ ପ୍ରେମିକା ଲୋରିନ୍ଙ୍କ ଏକ ନିଆରା ଢ଼ଙ୍ଗରେ ପ୍ରେମ ନିବେଦନ କରିବାକୁ ଇଛା ପ୍ରକାଶ କରିଥିଲେ । ଏଥିପାଇଁ ପୂର୍ବରୁ ସେ ସମସ୍ତ ପ୍ରସ୍ତୁତି ମଧ୍ୟ କରିଥିଲେ । କ୍ରିସ୍ଙ୍କୁ ସର୍ଫିଙ୍ଗ୍ କରିବାକୁ ବେଶ୍ ପସନ୍ଦ । ତେଣୁ ସେ ହୋନୋଲୁଲୁ ସମୁଦ୍ର କୂଳରେ ସର୍ଫିଙ୍ଗ୍ କରୁଥିବା ସମୟରେ, ପାଣିର ଶବ୍ଦ ଓ ଲହଡି ମଝିରେ ତାଙ୍କ ପ୍ରେମିକାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ । ଆଉ ତାଙ୍କୁ ମୁଦି ପିନ୍ଧାଇଥିଲେ । ଏଭଳି ନିଆରା ଭାବେ କ୍ରିସ୍ କରିଥିବା ନିବେଦନକୁ ଦେଖି ଲୋରିନ୍ ବେଶ୍ ଖିସି ହୋଇଯାଇଥିଲେ । ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ହଁ କରିଦେଇଥିଲେ । କ୍ରିସ୍ଙ୍କ ଏହି ନିଆରା ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


