ନିଜ ମଣ୍ଡଳୀର ଚାରି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଏନଏସି ଓ ବ୍ଲକ ଏବଂ ବୁଗୁଡା ଏନଏସି ଓ ବ୍ଳକ ରେ ଚାରିଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିବା ଜଣାପଡିଛି । ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ପୋଲସରାରେ ପହଞ୍ଚି ପ୍ରଥମେ ପୋଲସରା ଏନଏସି ର ଜଣେ ମୃତକଙ୍କ ପରିବାରକୁ ଭେଟିଥିଲେ। ୱାର୍ଡ ନମ୍ବର ୬ ର ବାଲିଘାଇ ସାହିର ୨୧ ବର୍ଷ ବୟସ୍କ ପବନା ନାହାକ କେରଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ମାନ୍ୟବର ମନ୍ତ୍ରୀ ମୃତକଙ୍କ ପରିବାରକୁ ଭେଟି ସନବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ସହ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୋଲସରା ବ୍ଲକର ଚନ୍ଦ୍ରମାଦେଇପୁର ହାସନ ଗ୍ରାମର ମନୀନ୍ଦ୍ର କୁମାର ନନ୍ଦଙ୍କ ବାପା ପ୍ରଫୁଲ ନନ୍ଦ ଓ ମାଆ ସୁମତି ନନ୍ଦଙ୍କ ଜୁକାଇ ୧୮ ତାରିଖ ରାତ୍ରରେ ମୃତ୍ୟୁବରଣ କରିଥିଲେ । ମନ୍ତ୍ରୀ ଶ୍ରୀ ସାହୁ ଜୁଲାଇ ୧୯ ତାରିଖ ଦିନ ମୃତକ ଦ୍ୱୟଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବୁଗୁଡା ଏନଏସିର ପୂର୍ବତନ କାଉନସିଲର ଧବଳେଶ୍ବର ସ୍ବାଇଁ ଓରଫ ଧୋବା ୫୪ ବର୍ଷ ବୟସରେ ଜୁଲାଇ ୧୭ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ସ୍ୱର୍ଗତ ଧୋବା ସ୍ୱାଇଁଙ୍କ ଘରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ମନ୍ତ୍ରୀଙ୍କ ସହ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ ଓ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନୀଳମାଧବ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜୁଲାଇ ୧୫ ତାରିଖ ରାତ୍ରରେ ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲାରୀ ଗ୍ରାମର ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେଇଥିବା ଛାତ୍ର ଚିନ୍ମୟ ଡାକୁଆ ଓରଫ ଚିନୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଜୁକାଇ ୧୯ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମନ୍ତ୍ରୀ ଙ୍କ ସହ ନୀଳମାଧବ ଆଚାରୀ, ସ୍ୱର୍ଗର ଚିନ୍ମୟ ଅଧ୍ୟୟନ କରୁଥିବା ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ