ନିଟରେ ଚାଷୀ ଘରର ପୁଅଙ୍କ ସଫଳତା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ଗେଡମା ପଞ୍ଚାୟତ ସାହାପୁର ଗ୍ରାମର ବ୍ରଜ କିଶୋର ଜେନା ଓ ପ୍ରଭାତୀ ଜେନାଙ୍କ ପୁଅ ବି. ପ୍ରତୀକ ସ୍ୱରୂପ ଜେନା ୬୪୫ ମାର୍କ ରଖି ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି। ପ୍ରତୀକ ସ୍ୱରୂପ ଜେନା ଜଣେ ଚାଷୀ ଘରର ପୁଅ ହୋଇଥିବା ବେଳେ ତାଙ୍କର ଏପରି ସଫଳତା ପାଇଁ ସମଗ୍ର ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ପ୍ରତୀକ ସ୍ୱରୂପ ଜେନା ଡଅଁର ଟିଏମ ଏକାଡେମୀରୁ ମାଟ୍ରିକ ପରୀକ୍ଷାରେ ଶତକଡା ୮୮.୦୫ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ କେ.ବି.ଆର.ସି କଟକରୁ ଯୁକ୍ତ ୨ରେ ଶିକ୍ଷାଲାଭ କରି ୮୩.୩୩ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏ ଅଞ୍ଚଳର ଜଣେ ମେଧାବୀ ଛାତ୍ର ଭାବେ ନିଜକୁ ପ୍ରତିପାଦିତ କରିପାରି ଥିଲେ। ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଜନସେବା କରିବାକୁ ଇଛା ରଖିଥିବା କହିଛନ୍ତି।


