ନିଟ ପରୀକ୍ଷାରେ ଷଡଙ୍ଗ ପଞ୍ଚାୟତର ଦୁଇ ଛାତ୍ରଙ୍କ ସଫଳତା
ହାଟଡିହିି, (ବିକାଶ ବିଶ୍ୱାଳ):ଚଳିତବର୍ଷ ନିଟ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଷଡଙ୍ଗ ପଞ୍ଚାୟତର ଦୁଇଜଣ ଛାତ୍ର ନିଟ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ଷଡଙ୍ଗ ଗ୍ରାମର ସନାତନ ଖଣ୍ଡେଇ ଓ ପୁଷ୍ପଲତା ଖଣ୍ଡେଇଙ୍କ ପୁଅ ସ୍ୱଦେଶ ସ୍ୱାଭିମାନ ଖଣ୍ଡେଇ ୬୧୬ମାର୍କ ରଖି ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି । ସେହିପରି ଏହି ପଞ୍ଚାୟତର ସରମଙ୍ଗା ଗ୍ରାମର ଶିକ୍ଷକ ଉତ୍ତମ କୁମାର ସ୍ୱାଇଁ ଓ ଜ୍ରୋତିପ୍ରଭା ଖଣ୍ଡେଇଙ୍କ ସୁପୁତ୍ର ସତ୍ୟ ଶିବ ସୁନ୍ଦର ସ୍ୱାଇଁ ନିଟ ପରୀକ୍ଷାରେ ୬୦୦ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ଗୋଟିଏ ପଞ୍ଚାୟତରୁ ଦୁଇ ଦୁଇ ଜଣ ନିଟ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ଯୋଗୁଁ ସମଗ୍ର ପଞ୍ଚାୟତରେ ଖୁସିର ଲହରୀ ଖେଳି ଯାଇଛି । ଏଥିପାଇଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି ଦୁଇ ଛାତ୍ର ଓ ତାଙ୍କ ପରିବାର ନିକଟକୁ । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା, ମା, ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି । ଦୁଇଜଣ ଯାକ ଛାତ୍ର ଡାକ୍ତର ହୋଇ ଦେଶସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।


