ଶାନ୍ତି ଓ ଅଶାନ୍ତିର ବାତାବରଣ ମଧ୍ୟରେ ଶେଷ ହୋଇଛି ଚିକିଟି ନିର୍ବାଚନ

ଚିକିଟି (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଳା ଚିକିଟି ନିର୍ବାଚନ ମଣ୍ଡଳୀରେ ଶାନ୍ତି ଓ ଅଶାନ୍ତିର ବାତାବରଣ ମଧ୍ୟରେ ଶେଷ ହୋଇଛି ଭୋଟରଙ୍କ ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ ଚିକିଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ ଟା ଠାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ବୁଥରେ ଇଭିଏମ କିଛି ସମୟ ଅଚଳ ହୋଇଥିବାରୁ ଭୋଟର ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଚିକିଟିର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ଭୋଟର ମାନଙ୍କ ମତଦାନ କରିଥିବା ବେଳେ ଆଉ କିଛି ବୁଥରେ ବିଜେପି ଏଜେଣ୍ଟମାନଙ୍କୁ ଭିତରକୁ ନଛାଡିବାରୁ ଉତେଜନା ଦେଖାଯାଇଥିଲା । ବିଶ୍ରୃଙ୍ଖଳା ବୁଥ ଗୁଡିକରେ କିଛି ସମୟ ପାଇଁ ମତଦାନ ବନ୍ଦ କରାଯାଇ ପୁଣୀ ମତଦାନ ସୁଚାରୁରୁପେ ଆରମ୍ଭ ହୋଇଥିଲା । ମତଦାନ କେନ୍ଦ୍ରରେ ବିଜେପି ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ଠେଲା ପେଲା ଓ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳିଥିଲା । ସୁଚନା ଅନୁଯାୟୀ ବିଜେପି କର୍ମୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଝାଟିପଦରସ୍ଥିତ ୮୨ ନଂ ଭୋଟିଂ ବୁଥରେ ର‌୍ୟାଗିଂ ହେଉଥିବା ଖବର ଭୋଟ କ୍ଦ୍ରେ କୁ ଯାଇଥିଲେ । ର‌୍ୟାଗିଂ କୁ ପ୍ରତିବାଦ କରିଥିଲେ । ଏହା ପରେ ସେହିଠାରେ ଏକତରଫା ଭାବେ ବିଜେଡି ର ସମର୍ଥକ ମାନେ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପରକୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ବିଶ୍ୱସ୍ଥ ସୁତ୍ରରୁ ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ