ନିଲାମ୍‌ ହେବ ଜହ୍ନର ଧୂଳି 

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-ଜହ୍ନରୁ ଆସିଥିଲା ଏବେ ବିକ୍ରି ହେବ। ଅର୍ଥାତ୍‌ ହେବ ନିଲାମ୍‌। ଚନ୍ଦ୍ରରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତି ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌। ତାଙ୍କ ଦ୍ୱାରା ସଂଗୃହିତ ଚନ୍ଦ୍ର ପୃଷ୍ଠର ବାଲି ନିଲାମ ହେବାକୁ ଯାଉଛି । ଯାହା ପାଖାପାଖି ୮କୋଟିରୁ ଅଧିକ ଟଙ୍କା ମିଳିବ ବୋଲି ଆଶା କରାଯାଉଛି । ଆମେରିକାର ଅନ୍ତରୀକ୍ଷ ଯାତ୍ରୀ ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ଅପୋଲୋ -୧୧ ମିସନରେ ଯାଇଥିଲେ ଚନ୍ଦ୍ର।ସେଠାରୁ ସେ କିଛି ନମୁନା ସଂଗ୍ରହ କରି ଆଣିଥିଲେ। ଏବେ ସେହି ନମୁନା ନିଲାମ୍‌ ହେବାକୁ ଯାଉଛି। ୫ ଆଲୁମିନିୟମ୍‌ ଷ୍ଟବ୍ସ ଓ ୧୦ ମିଲିମିଟର କାର୍ବନ୍‌ ଟେପ୍‌ ଭିତରେ ରହିଛି ଚନ୍ଦ୍ରପୃଷ୍ଠର ଧୂଳି ଓ ପଥର । ନାସା ଦାବି କରେ ଏହି ଅଂଶ ଗୁଡ଼ିକ ଚନ୍ଦ୍ରର ହଜିଯାଇଥିବା ଅଂଶ । ନ୍ୟୁୟର୍କର ନିଲାମୀ କମ୍ପାନୀ ବୋନହାମ୍ସର କହିବା ଅନୁସାରେ ଅନ୍ତରିକ୍ଷର ଇତିହାସରେ ଏହି ଭଳି ନିଲାମୀ ପ୍ରଥମ। ନିଲାମୀରେ ସାମିଲ ଥିବା ଚନ୍ଦ୍ରମାର ଏହି ଧୂଳିର ଦାମ୍‌ ୮ ଲକ୍ଷ ଡଲାର୍‌ରୁ ୧.୨ ମିଲିୟନ୍‌ ଡାଲାର ହେବା ଅନୁମାନ୍‌ ଲଗାଯାଉଛି। ତେବେ ଚନ୍ଦ୍ରର ଏହି ଅଂଶ ଗୁଡ଼ିକୁ ହଜେଇ ଦେଇଥିଲା ନାସା। ନାସାର ଡାକ୍ତର ରୟ କ୍ରିଷ୍ଟୋପର୍ସନ୍‌ ସ୍ପଷ୍ଟ କରିଥିଲେ ଯେ, ଚନ୍ଦ୍ରରୁ ଆସିଥିବା ନମୁନା ଗୁଡ଼ିକ ଚୋରି ହୋଇଯୋଇଛି। ଯାହାକୁ କସ୍ମୋସ୍ଫିୟର ଅନ୍ତରିକ୍ଷ ସଂଗ୍ରାହଳୟର କ୍ୟୁରେଟର ମ୍ୟାକ୍ସ ଆର୍ଯ୍ୟ ଚୋରି କରି ନେଇଥିଲେ। ଏହାକୁ ପରେ ୟୁଏସ୍‌ ମାର୍ସଲ୍‌ ଦ୍ୱାରା ଜବତ କରାଯାଇଥିଲା। ପୂର୍ବରୁ ବଜ୍‌ ଏଲ୍ଡ୍ରିନଙ୍କ ମୁନ୍‌ ୱାକର ଫଟୋ ନିଲାମ ହୋଇଥିଲା। ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ନେଇଥିବା ତାଙ୍କର ୭୦ରୁ ଅଧିକ ଫଟୋ ୧,୭୨,୦୦୦ ଡଲାରରେ ନିଲାମ ହୋଇଥିଲା। ଆମେରିକୀୟ ଅନ୍ତରିକ୍ଷ ଯାନ ଆପୋଲେ-୧୧ । ସର୍ବ ପ୍ରଥମମେ ମଣିଷକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଥିଲା। ନିଲ୍‌ ଆର୍ମଷ୍ଟ୍ରମ୍‌ ୧୯୬୯ ଜୁଲାଇ ୨୦ରେ ଚନ୍ଦ୍ରରେ ପାଦ ରଖିଥିଲେ। ଆଉ ସେଠାରୁ କିଛି ନମୁନା ସଂଗ୍ରହ କରିଥିଲେ । ଯାହାକୁ ସାଇତି ରଖାଯାଇଥିଲା । ପ୍ରଥମ ଚନ୍ଦ୍ର ଅବତରଣର ପୂରା ୫୨ ବର୍ଷ ପରେ ଚନ୍ଦ୍ରର ସେହି ନମୁନା ଧୂଳିର ହେବ ନିଲାମୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ