ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର, (ଦେବଦତ୍ତ ମହାରଣା):ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି । ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ମେ ୯ ରୁ ରାଇଘର ରୁ ବାହାରି ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ରେ ପହଂଚିଛନ୍ତି । ଯୁବ ପିଢ଼ି ଙ୍କୁ ନିଶା ନିବାରଣ ସଚେତନତା କରିବା ସହ ସ୍ଲୋଗାନ ଦେଇ ସହର ପରିଭ୍ରମଣ କରୁଛନ୍ତି । ଆଗାମୀ ଦିନରେ ପୁରା ଭାରତ ଭ୍ରମଣ କରି ସଚେତନତା ମାଧ୍ୟମରେ ନିଶା ମୁକ୍ତ ସମାଜ ଗଠନର ଲକ୍ଷ୍ୟ ରଖିଥିବା କହିଛନ୍ତି ଏହି ଦୁଇଜଣ ଯୁବକ । ନିଜସ୍ୱ ଖର୍ଚ୍ଚରେ ପ୍ରଥମେ ସେ ରାଇଘର ରୁ ଏହି କାର୍ଯ୍ୟକ୍ରମ କରିବା ପରେ ଓଡିଶାର ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଲି ପ୍ରଭୁତି ସ୍ଥାନରେ ଯୁବ ବର୍ଗ ବସ୍ତି ପିଲା ସ୍କୁଲ ପିଲାଙ୍କୁ ନିଶାମୁକ୍ତି ସଚେତନତା ବାର୍ତା ଦେବା ପରେ କଟକ ଭୁବନେଶ୍ୱର ଖୋର୍ଦ୍ଧା ଦେଇ ଗଞ୍ଜାମରେ ପହଞ୍ଚିଛନ୍ତି। ଦୁଇ ବନ୍ଧୁ ହେମ କୁମାର ଏବଂ ଅମରଙ୍କ କହିବା କଥା ନିଶା ଦ୍ୱାରା କିଭଳି ପରିବାର ଛାରଖାର ହେଉଛି ତାହା ଆମେ ଆଖିରେ ଦେଖିଛୁ । ଆମର ଜଣେ ବନ୍ଧୁ ଏହି ନିଶା କବଳରେ ପଡି ପ୍ରାଣ ହରାଇଛନ୍ତି । ତେଣୁ ସେବେଠୁ ଚିନ୍ତା କଲୁ ନିଶା ସେବନ ନ କରିବା ପାଇଁ ଆମେ ଯୁବପିଢିଙ୍କ ମଧ୍ୟରେ ସଚେତନତା କରାଇବୁ ଯଦି ଏହି ସଚେତନ ମାଧ୍ୟମରେ ଯୁବକମାନେ ନିଶା କବଳରୁ ମୁକ୍ତ ହେଉଛନ୍ତି ତାହା ଆପ ପାଇଁ ବଡ଼ ଉପହାର ହେବ । ନିଶା ମୁକ୍ତି ନ ହେବାପର୍ଯ୍ୟନ୍ତ ଆମର ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଦୁଇ ବନ୍ଧୁ । ଗଞ୍ଜାମ ପରେ ଭାୟା ଆନ୍ଧ୍ରା ଦେଇ ଆଗକୁ ହାଇଦ୍ରାବାଦ ଯିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ଯୁବକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ