ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ବାଲେଶ୍ୱରରେ ଉତ୍ତୀର୍ଣ୍ଣ ହାର ୯୬.୦୫ ପ୍ରତିଶତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ ପାସ ହାସ ୯୬.୪୦ ପ୍ରତିଶତ ହୋଇଥିବା ବେଳେ ବାଲେଶ୍ୱର ଜିଲାର ପାସହାର ୯୬.୦୫ ପ୍ରତିଶତ ଛୁଇଁବା ସହ ସମଗ୍ର ରାଜ୍ୟରେ ୨୨ନଂ ସ୍ଥାନରେ ରହିଛିି । ପରିଷଦର କଟକ ମୁଖ୍ୟାଳୟରୁ ସକାଳ ୧୦ଟାରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ପରେ ଏହା ୱେବସାଇଟରେ ଉପଲବ୍ଧ ହୋଇଥିଲା । ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ କମ୍ପ୍ୟୁଟର ଏବଂ ମୋବାଇଲ ଜରିଆରେ ଜାଣିବାକୁ ପାଇଥିଲେ । ଚଳିତ ବର୍ଷ ବାଲେଶ୍ୱର ଜିଲାରେ ମୋଟ ୫୨୦ ଟି ବିଦ୍ୟାଳୟରୁ ୧୬୮ ଟି କେନ୍ଦ୍ରରେ ମୋଟ ୩୦ ହଜାର ୪୭୦ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୨୯ହଜାର ୨୬୭ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ଏଥିରେ ଏ-୧ବର୍ଗରେ ୭୫୦, ଏ-୨ରେ ୪୦୫୫, ବି-୧ରେ ୬୨୨୩, ବି-୨ରେ ୬୦୭୮, ସି-ରେ ୫୨୭୭, ଡି-ବର୍ଗରେ ୪୧୨୪ ଏବଂ ଇ -ବର୍ଗରେ ୨୭୬୦ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୩୫୬ଜଣ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି ବୋଲି ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ସୂଚନା ଦେଇଛନ୍ତି । ୯୬.୦୫ ପ୍ରତିଶତ ପାସହାରରେ ବାଲେଶ୍ୱର ଜଲା ୨୨ନଂ ସ୍ଥାନରେ ରହିଥିଲେ ହେଁ ଏ-୧, ଏ-୨ ଓ ବି-୧ ବର୍ଗରେ ଉତ୍ତୀର୍ଣ୍ଣ ସଂଖ୍ୟାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଚଳିତ ବର୍ଷ ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ସନ୍ତୋଷ ପରିଲକ୍ଷିତ ହୋଇଛି । ବାଲେଶ୍ୱର ଜିଲ୍ଲାରେ ଶିକ୍ଷାର ମାନ ଅକ୍ଷୁର୍ଣ୍ଣ ସହ ପୂର୍ବ ଫଳହାରକୁ ବଜାୟ ରଖିବା ପାଇଁ ଗୁଣାତ୍ମମ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ପାଇଁ ଉଦ୍ୟମ ଜାରିର ରହିଛି ବୋଲି ଡିଇଓ ଶ୍ରୀ ସୂତାର କହଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ