ନିଶିଗନ୍ଧା ସାହିତ୍ୟ ସଂସଦର ବସନ୍ତ ଉତ୍ସଵ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ନିଶିଗନ୍ଧା ସାହିତ୍ୟ ସଂସଦ ଏବଂ ଜଗନ୍ନାଥ ସେବା ସଦନ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର , ସାରସ୍ୱତ ସମାରୋହ , ବଂଧୁମିଳନ ଓ କରୋନା ସଚେତନତା କାର୍ଯ୍ୟକ୍ରମ ସମସ୍ତ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ବଳରାମ ତରାଇ , ଉଦ୍ଘାଟକ ଭାବେ ପୂର୍ବତନ ସାଂସଦ ତଥା ବିଶିଷ୍ଟ କବି ପ୍ରସନ୍ନ ପାଟଶାଣୀ , ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ରମାକାନ୍ତ ରଥ , ମୁଖ୍ୟ ବକ୍ତା ସାମ୍ବାଦିକ ସ୍ୱାଧୀନ ଦାସ , ସମ୍ମାନିତ ଅତିଥି ଗଭର୍ଣ୍ଣରଙ୍କ ପି .ଆର .ଓ ରକ୍ଷକ ନାୟକ , ସମୟ ଚକ୍ର ଏଡିଟର ଶାନ୍ତନୁ ପଟନାୟକ , ସାହିତ୍ୟିକ ତଥା ରାଜନେତା ଶଙ୍କର୍ଷଣ ପରିଡା , ଖୋର୍ଦ୍ଧା ଜିଲ୍ଲା ବିଧାୟକ ସୁର ରାଉତରାୟ , ନିଶିଗନ୍ଧା ସମ୍ପାଦିକା ତଥା କବୟିତ୍ରୀ ସରସ୍ୱତୀ ନାୟକ , ନିଶିଗନ୍ଧା ସହସମ୍ପାଦକ ତଥା କବି ସମାଜସେବୀ ଶ୍ରୀମାନ ଆଶିଷ କୁମାର ସ୍ବାଇଁ ପ୍ରମୁଖ ଯୋଗ ଦେଇ କରୋନା ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ ସାହିତ୍ୟ ସମଜାନୁରାଗି ହେବାକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ସରସ୍ୱତୀ ନାୟକଙ୍କୁ ରମାଦେବୀ ସମ୍ମାନରେ ସମ୍ମାନିତ କରିବା ସହ ଆହୁରି ୧୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ନିଶିଗନ୍ଧା ଗୋ ନିଶିଗନ୍ଧା ସଙ୍ଗୀତ ଉନ୍ମୋଚନ , ନିଶିଗନ୍ଧା ତ୍ରୈମାସିକ ପତ୍ରିକା ଉନ୍ମୋଚନ , ନିଶିଗନ୍ଧା ୱେବ ସାଇଡ ଉନ୍ମୋଚିନ ଏବଂ ଏକ ଛୋଟିଆ ଅସହାୟ ଶିଶୁକୁ ଏକ ସାଇକେଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା ।


